28.1 C
Bhubaneswar
Sunday, September 22, 2024
Homeଅପରାଧଛାତିଥରା ଘଟଣା: ବିଚ୍ ରାସ୍ତାରେ ଶିଶୁପୁତ୍ରକୁ କଚାଡି ମାରିଲେ ସାଧୁ

ଛାତିଥରା ଘଟଣା: ବିଚ୍ ରାସ୍ତାରେ ଶିଶୁପୁତ୍ରକୁ କଚାଡି ମାରିଲେ ସାଧୁ

ଲକ୍ଷ୍ନୌ: ସାଧୁଙ୍କ ଅମାନବୀୟ କାଣ୍ଡ । ପାଞ୍ଚ ବର୍ଷର ଶିଶୁକୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କଲେ ସାଧୁ । ବିଚ ରାସ୍ତାରେ ଶିଶୁକୁ କଚାଡି ମାରିଲେ ସାଧୁ । ଶେଷରେ ଶିଶୁଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସାଧୁଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକେ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋବର୍ଦ୍ଧନ ଥାନା ଅଧୀନରେ ଥିବା ରାଧା କୁଣ୍ଡ ନିକଟରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସାଧୁ ଜଣଙ୍କୁ କାବୁ କରିଥିବା ଜଣାପଡିଛି । ମୃତ ପାଞ୍ଚ ବର୍ଷର ଶିଶୁ ହେଉଛି ମୋରାଦାବାଦ ରାମପୁରର ବାସିନ୍ଦା ଅଙ୍କିତ । ଏପରି ଘଟଣା ପରେ ଶିଶୁଟିର ମୃତଦେହ ରାସ୍ତାରେ ରଖି ଧାରଣା ଦେଇଥିଲେ ସ୍ଥାନୀୟ ଲୋକେ । ମୃତଦେହ ନେବାକୁ ଆମ୍ବୁଲାନ୍ସ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଭଙ୍ଗାରୁଜା କରିଥିଲେ ।

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଥିଲା । ପୋଲିସ ହତ୍ୟାତାରୀ ସାଧୁ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । କେଉଁ କାରଣରୁ ଶିଶୁକୁ ଏଭଳି ନିର୍ଦ୍ଦୟ ଭାବେ ସାଧୁ ଜଣଙ୍କ ହତ୍ୟା କଲେ ତାର କାରଣ ଅସ୍ପଷ୍ଟ ରହିଛି । ସୂଚନାନୁସାରେ, ମୋରାଦାବାଦ ରାମପୁରର ବାସିନ୍ଦା ୫ ବର୍ଷୀୟ ଅଙ୍କିତ ଗତ ୩ ରୁ ୪ ବର୍ଷ ଧରି ତାଙ୍କ ଜେଜବାପା କମଲ ସାଇନିଙ୍କ ଘରେ ରହୁଥିଲେ ।

ଶନିବାର ସନ୍ଧ୍ୟାରେ ଅଙ୍କିତ ରାଧା କୁଣ୍ଡ ନିକଟରେ ବୁଲୁଥିଲେ । ଏହି ସମୟରେ ହଠାତ୍ ଜଣେ ସାଧୁ ଅଙ୍କିତଙ୍କୁ ଧରିପକାଇ ରାସ୍ତାରେ କଚାଡି ଦେଇଥିଲେ । ବାରମ୍ବାର ଏପରି କରିବାରୁ ଘଟଣାସ୍ଥଳରେ ଅଙ୍କିତଙ୍କର ମୃତ୍ୟୁ ହୋଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ଏସପି ଦେହାତ ତ୍ରିଗୁଣ ବିସେନ କହିଛନ୍ତି ଯେ, ରାଧା କୁଣ୍ଡରେ ଜଣେ ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଶିଶୁର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି । ଏନେଇ ଏକ ମାମଲା ରୁଜୁ କରାଯାଇଛି । ହତ୍ୟାକାରୀକୁ ପଚରା ଉଚରା କରାଯିବା ପରେ ଗିରଫ କରାଯିବ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସାଧୁ ଜଣଙ୍କ ମଧ୍ୟପ୍ରଦେଶର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking