ନୂଆଦିଲ୍ଲୀ : ଦୁଇ ବର୍ଷ ହେଲା ଯୁବତୀଙ୍କ ପିଛା କଲେ, ଏପରିକି ବାହା ହେବା ପାଇଁ ବାଧ୍ୟ ମଧ୍ୟ କରୁଥିଲେ । ହେଲେ ଯୁବତୀ ଜଣକ ବାରମ୍ବାର ମନା କରି ଆସୁଥିଲେ । ଶେଷରେ ଜାଙ୍କ ଜୀବନ ନେଇଗଲେ । ଗତକାଲି ମଧ୍ୟପ୍ରଦେଶର ଧର୍ମର୍ ସିଟିରେ ସମ୍ପୃକ୍ତ ଯୁବତୀଙ୍କୁ ଜଣେ ଯୁବକ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯୁବତୀଙ୍କ ନାଁ ପୂଜା(୨୨) । ଅଭିଯୁକ୍ତର ନାଁ ଦୀପକ ରାଠୋର ।ସୂଚନା ଅନୁଯାୟୀ, ପୂଜା ରେଷ୍ଟୁରାଣ୍ଟରେ କାମ କରିବା ସହ ମା’ ଓ ୨ ଭଉଣୀଙ୍କ ସହ ବ୍ରହ୍ମାକୁଣ୍ଡରେ ରହୁଥିଲେ । ବୁଧବାର ରେଷ୍ଟୁରାଣ୍ଟରୁ ଫେରୁଥିବା ବେଳେ ରାଠୋର ସହ ପୂଜାଙ୍କ ମୁହାଁମୁହିଁ ହୋଇଥିଲେ ଓ ଏହାପରେ ରାଠୋର ଗୁଳି ଚଳାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପୂଜାଙ୍କ ମୃତ୍ୟୁ ହୋଇଥିଲା ।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପୋଲିସ ସୂଚନା ଅନୁସାରେ, ପୂଜାଙ୍କୁ କିଛି ବର୍ଷ ହେବ ରାଠୋର ପିଛା କରି ଆସୁଥିଲା । ଏନେଇ ପୂଜା କୋର୍ଟରେ ଅଭିଯୋଗ ମଧ୍ୟ କରିଥିଲେ । ଏପରିକି ରାଠୋର ପୂଜାଙ୍କ ପରିବାର ଓ ସାଙ୍ଗମାନଙ୍କୁ ଧମକ ମଧ୍ୟ ଦେଇଥିଲେ । ପୂଜାଙ୍କୁ ହତ୍ୟା ପରେ ବ୍ରହ୍ମାକୁଣ୍ଡ ସ୍ଥିତ ରାଠୋର ଘରେ ପୋଲିସ ଚଢ଼ଉ କରି ତାକୁ ଗିରଫ ପାଇଁ ପ୍ରୟାସ କରିଥିଲା । ହେଲେ ପୋଲିସକୁ ଦେଖି ସେ ଗୁଳି ଚଳାଇଥିଲା । ପାଲଟା ଜବାବରେ ପୋଲିସ ମଧ୍ୟ ତା’ ଉପରେ ଗୁଳି ଚଳାଇଥିଲା । ଗୁରୁତର ଅବସ୍ଥାରେ ତାକୁ ହସ୍ପିଟାଲ୍ରେ ଭର୍ତ୍ତି କରିବା ସହ ପୋଲିସ ଘଟଣାର ତଦନ୍ତ ଚଳାଇଛି ।