19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶରାଜା ହେଲେ ଚାର୍ଲସ୍ -୩

ରାଜା ହେଲେ ଚାର୍ଲସ୍ -୩

ଲଣ୍ଡନ: ବ୍ରିଟେନରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ବିୟୋଗରେ ପରେ ଗୋଟେ ଯୁଗର ଅବସାନ ଘଟିଛି। ତାଙ୍କ ପରେ ତାଙ୍କ ପୁଅ କିଂ ଚାର୍ଲ୍ସ ତୃତୀୟଙ୍କୁ ବ୍ରିଟେନ୍ ରାଜା ଭାବେ ଘୋଷଣା କରାଯାଇଛି। ବ୍ରିଟେନ୍ ଇତିହାସରେ ପ୍ରଥମ ଥର ପାଇଁ ଟେଲିଭିଜନ ଜରିଆରେ ବ୍ରିଟେନବାସୀ ଦେଖିଲେ ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ। ସେଣ୍ଟ ଜେମ୍ସ ପେଲେସରେ ଚାର୍ଲ୍ସ ଫିଲିପ୍ସ ଅର୍ଥର ଜର୍ଜଙ୍କର ରାଜ୍ୟାଭିଷେକ ହେବା ସହିତ ତାଙ୍କ ପତ୍ନୀ କ୍ୟାମେଲାଙ୍କୁ ରାଣୀ ବୋଲି ଘୋଷଣା କରାଯାଇଥିଲା। ଏଲିଜାବେଥ ଦ୍ୱିତୀୟଙ୍କର ମୃତ୍ୟୁ ପୂର୍ବରୁ ସେ ରାଜକୁମାର ଥିଲେ। ହେଲେ ରାଣୀଙ୍କ ବିୟୋଗ ପରେ ଶନିବାର ଦିନ ୧୧ଟା ସମୟରେ ଚାର୍ଲ୍ସକୁ ଔପଚାରିକ ଭାବେ ରାଜା ଘୋଷଣା କରାଯାଇଛି। ଲଣ୍ଡନ ରାଜମହଲ ସେଣ୍ଟ ଜେମ୍ସ ପେଲେସରେ ରାଜ୍ୟାଭିଷେକ ସମୟରେ ବ୍ରିଟେନର ପିଏମ୍ ଲିଜ୍ ଟ୍ରସ୍ ସମେତ ଅନେକ ବରିଷ୍ଠ ନେତା ଓ ସାଂସଦ ତଥା ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଏମାନଙ୍କ ମଧ୍ୟରୁ କିଛି ପ୍ରଶାସନିକ ଅଧିକାରୀ ଆସନ୍ତାଦିନରେ ସମ୍ରାଟଙ୍କର ଉପଦେଷ୍ଟା ଭାବରେ ନିଯୁକ୍ତି ହେବେ। ଚାର୍ଲ୍ସ ତୃତୀୟ ରାଜା ହେବା ପରେ ତାଙ୍କର ବଡ଼ ପୁଅ ୱିଲିୟମ୍ସ ଚାର୍ଲ୍ସଙ୍କ ଉତ୍ତାରାଧିକ ହେବେ। ତାଙ୍କୁ ପ୍ରିନ୍ସ ଅଫ୍ ୱେଲ୍ସର ଉପାଧି ଦିଆଯିବ। ଏହା ପୂର୍ବରୁ ବ୍ରିଟେନରେ ନୂଆ ରାଜା ଚାର୍ଲ୍ସ ତୃତୀୟ ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧନ କରି ନିଜ ମାଆକୁ ମନେ ପକାଇବା ସହ ଆଜୀବନ ବ୍ରିଟେନବାସୀଙ୍କୁ ସେବା କରିବେ ବୋଲି ଶପଥ ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking