17.1 C
Bhubaneswar
Monday, November 25, 2024
Homeଓଡିଶାଶ୍ରୀପଞ୍ଚମୀରେ ରଥକାଠ ଅନୁକୁଳ

ଶ୍ରୀପଞ୍ଚମୀରେ ରଥକାଠ ଅନୁକୁଳ

ପୁରୀ : ଆଜି ସରସ୍ୱତୀ ପୂଜା । ବିଧି ଅନୁସାରେ ବସନ୍ତ ପଞ୍ଚମୀ ତିଥିରେରେ ସରସ୍ୱତୀଙ୍କ ମନ୍ଦିରରେ ପାଞ୍ଜି ପୂଜା କରାଯାଏ । ଏହାସହ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ କରାଯାଏ । ପୌରାଣିକ ମତରେ ଶ୍ରୀକୃଷ୍ଣ ଶ୍ରୀରାଧା ଏକତ୍ର ପୁଷ୍ପ ଆଭରଣ ମଣ୍ଡିତ ପୂର୍ବକ ଫଗୁ ବା ବାଚେରୀ ଖେଳୁଥିବାର ସ୍ମୃତି ସ୍ବରୁପ ବସନ୍ତ ପଞ୍ଚମୀ ପାଳିତ ହୋଇଥାଏ ।

ଭୁବନେଶ୍ୱରୀଙ୍କ ପାଶ୍ୱରେ ଶୀତଳ ଭୋଗ ବନ୍ଦାପନା ଉପରାନ୍ତେ ଭଦ୍ରାସନ ଉପରେ ବେହରଣ କରଣମାନଙ୍କଦ୍ୱାରା ମାଦଳାପାଞ୍ଜି ରଖା ଯାଇ ପତନି ଓ ମାଳ ଲାଗି କରାଯାଇ ଶୀତଳ ଭୋଗ ସହିତ ଏକୋଇଶ ଗୋଟି ନଡ଼ିଆ ଭଙ୍ଗା ଯାଇଥାଏ ।ଏହି ତିଥିରେ ଶ୍ରୀଜଗନ୍ନାଥଙ୍କର ପାରମ୍ପରିକ ରଥଯାତ୍ରାର ରଥ ନିର୍ମାଣ ନିମନ୍ତେ ପ୍ରଥମ କରି ରଥକାଠ ବନବିଭାଗରୁ ଶ୍ରୀକ୍ଷେତ୍ରକୁ ଆସି ରାଜନଅର ସମ୍ମୁଖରେ ତିନିବାଡ଼ର ତିନିରଥ ନିର୍ମାଣ ନିମନ୍ତେ ତିନିଗୋଟି କାଠକୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଶୁଭ ଦିଆଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking