19.1 C
Bhubaneswar
Sunday, November 24, 2024
Homeକରୋନାକରୋନା ମହାମାରୀ ପାଇଁ ଚାରି ଧାମ ଯାତ୍ରା ବାତିଲ୍‌ କଲେ ଉତ୍ତରାଖଣ୍ଡ ସରକାର

କରୋନା ମହାମାରୀ ପାଇଁ ଚାରି ଧାମ ଯାତ୍ରା ବାତିଲ୍‌ କଲେ ଉତ୍ତରାଖଣ୍ଡ ସରକାର

ଉତ୍ତରାଖଣ୍ଡ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ଦେଖି ଆଗାମୀ ଚାରି ଧାମ ଯାତ୍ରା ବାତିଲ କରାଯାଇଛି । ଏହି ଯାତ୍ରା ୧୪ ମେ’ ରୁ ଆରମ୍ଭ ହେବାର ଥିଲା । ଯାତ୍ରା ବାତିଲ ହୋଇଥିବା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାବତ ଆଜି ଏହି ସୂଚନା ପ୍ରଦାନ କରିଛନ୍ତି । ଏନେଇ ସେ କହିଛନ୍ତି ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢୁଥିବାରୁ ଯାତ୍ରା ସ୍ଥଗିତ କରାଯାଇଛି । କେବଳ ପୂଜାରୀ ହିଁ ପୂଜା କରିପାରିବେ । ପୁରା ଦେଶର ଲୋକଙ୍କ ପାଇଁ ଚାରି ଧାମ ଯାତ୍ରାକୁ ଏବେ ବନ୍ଦ କରାଯାଉଛି । କରୋନା କାଳରେ ଯାତ୍ରା ସମ୍ଭବ ନୁହେଁ । ୧୪ ମେ’ ରେ ଯମୁନେତ୍ରୀ ମନ୍ଦିର ଦ୍ୱାର ଖୋଲିବା ସହ ଚାରି ଧାମ ଯାତ୍ରା ବି ଆରମ୍ଭ ହେବାର ଥିଲା । ଗତବର୍ଷ ବି ଉତ୍ତରାଖଣ୍ଡ ସରକାର କରୋନା ମହାମାରୀ କୁ ଧ୍ୟାନରେ ରଖି ଚାରି ଧାମ ଯାତ୍ରା ଉପରେ ରୋକ ଲଗାଇଥିଲେ । ଏହାପରେ ରାଜ୍ୟ ସରକାର ଜୁଲାଇ ପ୍ରଥମରୁ ଶ୍ରଦ୍ଧାଳୁଙ୍କ ପାଇଁ ଚାରି ଧାମ ଯାତ୍ରା ଆରମ୍ଭ କରିଥିଲେ । ଜୁଲାଇ ଶେଷ ସପ୍ତାହରେ ରାଜ୍ୟ ସରକାର କିଛି ସର୍ତ୍ତ ସହିତ ଅନ୍ୟ ରାଜ୍ୟର ଶ୍ରଦ୍ଧାଳୁଙ୍କୁ ବି ଚାରି ଧାମ ଯାତ୍ରା ପାଇଁ ଅନୁମତି ଦେଇଥିଲେ । ଉତ୍ତରାଖଣ୍ଡ ର ପ୍ରସିଦ୍ଧ ଚାରି ଧାମ ଯାତ୍ରାରେ ଉତ୍ତରାଖଣ୍ଡସ୍ଥିତ ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଯାତ୍ରା କରନ୍ତି । ଏହି ଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଶର ବିଭିନ୍ନ ରାଜ୍ୟରୁ ସାମିଲ ହୁଅନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking