26.1 C
Bhubaneswar
Thursday, September 19, 2024
Homeଓଡିଶାବଦଳିଲା ‘ମୋ ସ୍କୁଲ ଅଭିଯାନ’ ନାଁ

ବଦଳିଲା ‘ମୋ ସ୍କୁଲ ଅଭିଯାନ’ ନାଁ

ଭୁବନେଶ୍ୱର: ବଦଳିଲା ‘ମୋ ସ୍କୁଲ ଅଭିଯାନ’ ନାଁ । ‘ମୋ ସ୍କୁଲ ଅଭିଯାନ’କୁ ‘ପଞ୍ଚସଖା ଶିକ୍ଷା ସେତୁ’ ନାମରେ ନାମିତ କରାଗଲା । ୨୦୧୭ରୁ ଆରମ୍ଭ ହୋଇଥିଲା ଏହି ‘ମୋ ସ୍କୁଲ୍ ଅଭିଯାନ’ । ଏଣିକି ‘ପଞ୍ଚସଖା ଶିକ୍ଷା ସେତୁ’ ନାମରେ ହେବ ସମସ୍ତ କାର୍ଯ୍ୟ । ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗର ଚିଠି । ଓଡ଼ିଶାରେ ବିଜେଡି ସରକାର ପୂର୍ବରୁ ଆରମ୍ଭ କରିଥିବା ଅନେକ ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର ।

କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଏହାବ୍ୟତୀତ ଆମ ଓଡ଼ିଶା ଓ ନବୀନ ଓଡ଼ିଶାକୁ ଯଥାକ୍ରମେ ବିକଶିତ ଗାଁ ଓ କିକଶିତ ଓଡ଼ିଶା ନାମରେ ନାମିତ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ମୋ ସ୍କୁଲ ଅଭିଯାନକୁ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ନାମରେ ନାମିତ କରାଯାଇଛି । ‘ମେକ୍ ଇନ୍ ଓଡ଼ିଶା’ର ନାମ ଏବେ ‘ଉତ୍କର୍ଷ ଉତ୍କଳ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking