18.1 C
Bhubaneswar
Saturday, November 23, 2024
Homeବ୍ରେକୀଙ୍ଗଚନ୍ଦ୍ରଭାଗା ଓ ତଳସାରୀ ହେବ ବିଶ୍ୱସ୍ତରୀୟ

ଚନ୍ଦ୍ରଭାଗା ଓ ତଳସାରୀ ହେବ ବିଶ୍ୱସ୍ତରୀୟ

ଭୁବନେଶ୍ୱର, (ଓଏନଏ ): ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମିକୁ ବିଶ୍ୱସ୍ତରୀୟ କରିବାକୁ ଯୋଜନା କରାଯାଉଛି । ଉଭୟ ବେଳାଭୂମି ପାଇଁ ବ୍ୟାପକ ଯୋଜନା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଚନ୍ଦ୍ରଭାଗାରେ ଜଳକ୍ରୀଡା, ସାଇକେଲ ଟ୍ରାକ, ମୁକ୍ତ ରଂଗମଂଚ କରିବାକୁ ଯୋଜନା ରହିଛି । ପର୍ଯ୍ୟଟକଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦେବାକୁ ଯୋଜନା କରୁଛନ୍ତି ସରକାର । ବାଲେଶ୍ୱର ତଳସାରୀ ବେଳାଭୂମିରେ ଏକାଧିକ ରହଣି ପାଇଁ ମଧ୍ୟ ବ୍ୟବସ୍ଥା ହେବ । ସିଟିଂ ଆଇଲ୍ୟାଣ୍ଡ, ଆମ୍ପି ଥିଏଟର, ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ଲାଜା ନିର୍ମାଣ ପାଇଁ ଯୋଜନା ଚାଲିଛି ।

ଚନ୍ଦ୍ରଭାଗା ବେଳାଭୂମି, କୋଣାର୍କ ସୂର୍ଯ୍ୟ ମନ୍ଦିରର ତିନି କିଲୋମିଟର ପୂର୍ବରେ ଅବସ୍ଥିତ । ଏହା ଭାରତୀୟ ରାଜ୍ୟ ଓଡ଼ିଶାର ପୁରୀ ସହରଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ।ଏଠାରେ କୁଷ୍ଠ ରୋଗୀମାନଙ୍କର ପ୍ରାକୃତିକ ଉପାୟରେ ଚିକିତ୍ସା ହୋଇଯାଏ ବୋଲି ପୂର୍ବେ ବିଶ୍ୱାସ ରହିଥିଲା । ଏସିଆର ପ୍ରଥମ ବେଳାଭୂମି ଭାବରେ ଚନ୍ଦ୍ରଭାଗା ବେଳାଭୂମିକୁ ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ର ମିଳିଥିଲା । ଏହି ପ୍ରମାଣପତ୍ର ସୁପରିବେଶାତ୍ମକ, ପରିଷ୍କାର ଏବଂ ଅନ୍ତର୍ଜାତୀୟ ସ୍ତରର ସୁବିଧାଯୁକ୍ତ ବେଳାଭୂମିଗୁଡ଼ିକୁ ମିଳେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking