ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟି ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନିରାଶ ହେବାକୁ ପଡିଛି । ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ଦୁର୍ନୀତିରେ ଗିରଫ ହୋଇଥିବା ଚନ୍ଦ୍ରବାବୁ ଏହି ଅଭିଯୋଗ ପ୍ରତ୍ୟାହାର କରିବା ସହ ଜାମିନ ପ୍ରଦାନ କରିବାକୁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ବେଲା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଏହାର ଶୁଣାଣି କରି ଚନ୍ଦ୍ରବାବୁଙ୍କ ପିଟିସନ୍କୁ ଖାରଜ କରିଛନ୍ତି ।
ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପୂର୍ବରୁ ଚନ୍ଦ୍ରବାବୁଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଥିବାବେଳେ ଆନ୍ଧ୍ରରେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିବା ଆଳରେ ଚନ୍ଦ୍ରବାବୁ କୁଆଡେ ୩୭୦ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଫଳରେ ତାଙ୍କୁ ସେପ୍ଟେମ୍ବର ୯ରେ ଗିରଫ କରାଯାଇଛି ।