18.1 C
Bhubaneswar
Friday, December 12, 2025
Homeଓଡିଶାପୁଣି ମୁଣ୍ଡନେଲା ଚଣ୍ଡିଖୋଲ-ପାରାଦ୍ୱୀପ ନିର୍ମାଣଧୀନ ଜାତୀୟ ରାଜପଥ

ପୁଣି ମୁଣ୍ଡନେଲା ଚଣ୍ଡିଖୋଲ-ପାରାଦ୍ୱୀପ ନିର୍ମାଣଧୀନ ଜାତୀୟ ରାଜପଥ

ଚାନ୍ଦୋଳ: ମରଣଜନ୍ତା ପାଲଟିଛି ନିର୍ମାଣଧୀନ ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥ। ଏହି ରାସ୍ତାରେ ଦୈନିକ ଦୁର୍ଘଟଣା ଘଟି ଜୀବନ ହାନି ହେଉଥିବା ବେଳେ ଆଜି ସନ୍ଧ୍ୟାରେ ଦୁର୍ଘଟଣାରେ ପୁଣି ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି । ତେବେ ଏହି ଦୁର୍ଘଟଣା ଘଟାଇଛି ଖୋଦ ରାସ୍ତା ନିର୍ମାଣରେ ବ୍ୟବହୃତ ସିମେଣ୍ଟ ମିକ୍ସଚର ଗାଡ଼ି । ତେବେ ମୃତ ଶରୀରକୁ ରାସ୍ତା ଉପରେ ରଖି ଗ୍ରାମବାସୀମାନେ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାଯାଇଛି । ପ୍ରକାଶ ଡେରାବିଶ ଥାନା ଅଧୀନ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବରାହିଲୋ ଗ୍ରାମରେ ଅକ୍ଷୟ ମଲିକ (୫୮) ଜାତୀୟ ରାଜପଥର ବରାହିଲୋ ଛକ ନିକଟରେ ରାସ୍ତା ପାରି ହେଉଥିବା ବେଳେ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ସିମେଣ୍ଟ ମିକ୍ସଚର ଗାଡ଼ି ତାଙ୍କୁ ଧକ୍କା ଦେଇ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଅକ୍ଷୟଙ୍କ ମୃତ୍ୟୁ ହୋଇଯାଇଥିଲା । ଅକ୍ଷୟଙ୍କ ମୃତ୍ୟୁ ଖବର ଶୁଣି ବରାହିଲୋ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳବାସୀ ଏହାର ତିବ୍ର ବିରୋଧ କରିବା ସହ କ୍ଷତିପୁରଣ ପାଇବା ପାଇଁ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଜାତୀୟ ରାଜପଥର ଉଭୟ ପଟରେ ଶହଶହ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି । ତେବେ ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକା ସଂସ୍ଥାର ମନମାନୀ ଯୋଗୁ ଦୈନିକ ଏହିପରି ଦୁର୍ଘଟଣାମାନ ଘଟି ଶହଶହ ଲୋକଙ୍କ ଧନଜୀବନ ହାନୀ ହେଉଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଡେରାବିଶ ପୁଲିସ୍ ପହଞ୍ôଚ ଲୋକମାନଙ୍କୁ ବୁଝାସୁଝା କରିବା ସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଜବତ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking