33.5 C
Bhubaneswar
Friday, April 10, 2026
Homeଓଡିଶାଜମୁଛି ଚନ୍ଦନେଶ୍ବର ଚଡ଼କ ପର୍ବ: ୭୦ହଜାର ଟପିଲା ଭକ୍ତଙ୍କ ସଂଖ୍ୟା

ଜମୁଛି ଚନ୍ଦନେଶ୍ବର ଚଡ଼କ ପର୍ବ: ୭୦ହଜାର ଟପିଲା ଭକ୍ତଙ୍କ ସଂଖ୍ୟା

ପୁରୀ : ଜମୁଛି ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ବର ଚଡକ ପର୍ବରେ ଗୁରୁବାର ଥିଲା ପଞ୍ଚମ ଅର୍ଘ୍ୟ । ଅର୍ଘ୍ୟରେ ଉପବୀତଧାରୀ ଭକ୍ତଙ୍କ ସଂଖ୍ୟା ୭୦ହଜାର ଟପିଥିଲା । ସୁରକ୍ଷା ଦୃଷ୍ଟିରୁ ପୁଲିସ ପ୍ରଶାସନ ପକ୍ଷରୁ ୨୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ବିଶେଷକରି ଅର୍ଘ୍ୟଦାନ ସମୟରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଅଧିକ ଧସ୍ତାଧସ୍ତି ହୋଇଥାଏ । ଏଥିପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିଲା ।ଏହାଛଡ଼ା ଷଷ୍ଠ ଅର୍ଘ୍ୟରେ ସକାଳେ ଶ୍ରୀଜିଉଙ୍କ ଦୈନନ୍ଦିନ ନୀତିକାନ୍ତି ଓ ମନ୍ଦିର ପରିକ୍ରମା ଶେଷ ପରେ ଏବେ ଶାନ୍ତି ଶୃଙ୍ଖଳା ସହ ଅର୍ଘ୍ୟଦାନ ଶେଷ ହୋଇଛି । ଆଜିଠାରୁ ଭକ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ । ବିଶେଷକରି ଏହି ପର୍ବ ପାଇଁ ଓଡିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଢ଼ଖଣ୍ଡ ଆଦି ରାଜ୍ୟର ଭକ୍ତ ମାନେ ଆସିଥାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking