30.1 C
Bhubaneswar
Sunday, July 7, 2024
Homeଓଡିଶାବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟର କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଜି ଆଭ୍ୟନ୍ତରୀଣ ଓଡ଼ିଶା ସହ କିଛି ଉପକୂଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାଯାଇଛି । ଆଜିଠୁ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ଯୋଗୁଁ ସାମାନ୍ୟ ଗୁଳୁଗୁଳି ହେବ ।

ତାପମାତ୍ରା ସାମାନ୍ୟ ହ୍ରାସପାଇବ । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି । ସେହିପରି ସୋମବାର ରାଜ୍ୟର ୨୩ଟି ସହରର ତାପମାତ୍ରା ୨୫ଂ ଉପରେ ରହିଥିବା ରେକର୍ଡ କରାଯାଇଛି ।

ସେଥିମଧ୍ୟରୁ ଭୁବନେଶ୍ୱରର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାରିପଦା ୩୭, ଝାରସୁଗୁଡା ୩୭.୮, ସମ୍ବଲପୁର ୩୭.୬, ହୀରାକୁଦ ୩୭.୨, ତାଳଚେର ୩୬.୮, ଟିଟିଲାଗଡ ୩୭, ମାଲକାନଗିରି ୩୭.୫, ସୋନପୁର ୩୭.୩, ନୟାଗଡ ୩୬.୫, ଭଦ୍ରକ ୩୫.୨, ଢେଙ୍କାନାଳ ୩୫, ବରଗଡ଼ ୩୬.୪, ନବରଙ୍ଗପୁର ୩୫.୫, ଖୋର୍ଦ୍ଧା ୩୫, ଜଗତସିଂପୁର ୩୫.୪ ଓ ରାଉରକେଲାରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking