31.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶଇନଷ୍ଟାରୁ ଡିଲିଟ କଲେ ଚହଲ ଓ ଧନଶ୍ରୀ ସମସ୍ତ ଫଟୋ

ଇନଷ୍ଟାରୁ ଡିଲିଟ କଲେ ଚହଲ ଓ ଧନଶ୍ରୀ ସମସ୍ତ ଫଟୋ

ନୂଆଦିଲ୍ଲୀ:  ଅଭିନେତା-କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ତାଙ୍କ କ୍ରିକେଟର ସ୍ୱାମୀ ୟୁଜଭେନ୍ଦ୍ର ଚହଲଙ୍କ ବୈବାହିକ ଜୀବନକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ସେମାନଙ୍କ ବିବାହ  ସମ୍ପର୍କରେ ଗୁଜବ ଖବରକୁ ନେଇ ସୋସିଆଲ ମିଡିଆରେ ଜୋର ଚାଲିଛି । ଏହି ଗୁଜବ ମଧ୍ୟରେ ଦମ୍ପତି ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ କରିଥିଲେ। ଭାରତୀୟ କ୍ରିକେଟର ଚହଲ ଧନଶ୍ରୀଙ୍କ ସହ ସମସ୍ତ ଫଟୋକୁ ଡିଲିଟ କରିଛନ୍ତି। ଏହି ସମୟରେ, ଧନଶ୍ରୀ ୟୁଜବେନ୍ଦ୍ରଙ୍କୁ ଅନଫଲୋ କରିଛନ୍ତି । କିନ୍ତୁ ଧନଶ୍ରୀ ଚହଲଙ୍କ ସହ  ଉଠାଇଥିବା   କୌଣସି ଫଟୋକୁ ଡିଲିଟ କରି ନାହାଁନ୍ତି। ସୂଚନା ଅନୁସାରେ ଜଣାପଡିଛି ଯେ ଛାଡପତ୍ର ଗୁଜବ ଅଟେ। ସେମାନଙ୍କର ଅଲଗା ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ  । କିନ୍ତୁ ଏହା ସ୍ପଷ୍ଟ ଯେ ଏହି ଦମ୍ପତି ନିଜ ଜୀବନରେ  ଅଲଗା ରହି ବଞ୍ଚିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୩ ମସିହାରେ ଧନଶ୍ରୀ ଚହଲଙ୍କୁ ଡିଲିଟ କରିବା ପରେ ଏଭଳି ଛାଡପତ୍ର ପରି ଗୁଜବ ଖବର ଆରମ୍ଭ ହୋଇଥିଲା। ଏହାରି ଭିତରେ ୟୁଜଭେନ୍ଦ୍ର ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଯେଉଁଥିରେ ଲେଖାଥିଲା, “ନୂତନ ଜୀବନ ଆରମ୍ଭ ହେଉଛି |ସେହି ସମୟରେ, ଧନଶ୍ରୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଗୁଜବ ପ୍ରଚାର ନକରିବାକୁ ତାଙ୍କ ପ୍ରଶଂସକଙ୍କୁ କହିଥିଲେ। ଧନଶ୍ରୀ ଏବଂ ୟୁଜବେନ୍ଦ୍ର ଚହଲ ଡିସେମ୍ବର ୧୧ , ୨୦୨୦ ରେ ବିବାହ କରିଥିଲେ। ଝଲକ ଦିଖଲା ଜା ୧୧ ରେ ସେମାନଙ୍କ ପ୍ରେମ କାହାଣୀ ବିଷୟରେ କହିଛନ୍ତି, ଧନଶ୍ରୀ ଆହୁରି କହିଛନ୍ତି “ଲକଡାଉନ୍ ସମୟରେ କୌଣସି ମ୍ୟାଚ୍ ହେଉନଥିଲା ଏବଂ ସମସ୍ତ କ୍ରିକେଟ୍ ଖେଳାଳି ଘରେ ବସି ନିରାଶ ହେଉଥିଲେ । ସେତେବେଳେ ଯୁଜି ନୃତ୍ୟ   ପାଇଁ ଏକ ଦିନ ଠିକ୍ କରିଲେ । ସେ ମୋର ନୃତ୍ୟ ଭିଡ଼ିଓଗୁଡ଼ିକ ସୋସିଆଲ୍ ମିଡିଆରେ ଦେଖିଥିଲେ ଏବଂ ସେତେବେଳେ ମୁଁ ନୃତ୍ୟ ଶିଖାଇ ଦେଉଥିଲି। ସେ ମୋ ଠାରୁ ନାଚ ଶିଖିବା ପାଇଁ ଆଗ୍ରହ କରିଲେ ଏବଂ ମୁଁ ସେକଥାରେ ରାଜି ହୋଇଥିଲି।”

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking