23.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଖୁବ୍‌ଶୀଘ୍ର ବଜାରରେ ମିଳିବ ସର୍ଭାଇକଲ୍ କ୍ୟାନ୍ସର ଭ୍ୟାକ୍ସିନ୍‌

ଖୁବ୍‌ଶୀଘ୍ର ବଜାରରେ ମିଳିବ ସର୍ଭାଇକଲ୍ କ୍ୟାନ୍ସର ଭ୍ୟାକ୍ସିନ୍‌

ନୂଆଦିଲ୍ଲୀ: ସର୍ଭାଇକଲ୍ କ୍ୟାନ୍ସର୍‌ର ମୁକାବିଲା ପାଇଁ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ସେର୍‌ଭାଭାକ୍ ଭ୍ୟାକ୍ସିନ୍ ଚଳିତ ମାସରେ ବଜାରେ ଉପଲବ୍ଧ ହେବ । ଏହି ଭ୍ୟାକ୍ସିନ୍ ଦୁଇ ଡୋଜ୍ ବିଶିଷ୍ଟ ହୋଇଥିବା ବେଳେ ଏହାର ମୂଲ୍ୟ ଦୁଇ ହଜାର ଟଙ୍କା ରଖାଯାଇଛି । ସର୍ଭାଇକଲ୍ କ୍ୟାନ୍ସର୍ ବିପକ୍ଷରେ ଏହା ପ୍ରଥମ ସ୍ୱଦେଶୀ ହ୍ୟୁମାନ୍ ପେପିଲୋମା ଭାଇରସ୍ (ଏଚ୍‌ପିଭି) ଭ୍ୟାକ୍ସିନ୍ । ଏହି ଭ୍ୟାକ୍ସିନ୍‌କୁ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ)ର ଡିପାର୍ଟମେଣ୍ଟ୍ ଅଫ୍ ବାୟୋଟେକ୍ନୋଲୋଜି (ଡିବିଟି), ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନ୍‌ସିଲ୍ (ବିଆଇଆର୍‌ଏସି) ଏବଂ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।

ସିରମ୍ ସିଇଓ ଅଦାର ପୁନାୱାଲା କହିଛନ୍ତି, ପ୍ରାରମ୍ଭିକ ସ୍ତରରେ ଭ୍ୟାକ୍ସିନ୍‌ର ପରିମାଣ କମ୍ ରହିବ । ଆସନ୍ତାବର୍ଷ ଉତ୍ପାଦନ ବୃଦ୍ଧି କରାଯିବ । ଦେଶବ୍ୟାପୀ ଛାତ୍ରୀମାନଙ୍କ ମଧ୍ୟରେ ସର୍ଭାଇକଲ୍ କ୍ୟାନ୍ସର୍‌ର ପ୍ରତିକାର ଏବଂ ଏଚ୍‌ପିଭି ଭ୍ୟାକ୍ସିନ୍‌ର ମହତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ କହିଛନ୍ତି । ଏହା ବ୍ୟତୀତ କ୍ୟାନ୍ସର୍ ବିପଦର ପ୍ରତିକାର ପାଇଁ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ସ୍କୁଲ୍ ସ୍ତରରେ ଭ୍ୟାକ୍ସିନେସନ୍ କାର୍ଯ୍ୟକ୍ରମ ଆରମ୍ଭ କରିବେ । କେନ୍ଦ୍ର ପକ୍ଷରୁ ୯ରୁ ୧୪ ବର୍ଷ ବୟସର ଛାତ୍ରୀଙ୍କ ପାଇଁ ସ୍କୁଲ୍ ସ୍ତରରୁ ଏହି ଅଭିଯାନ ଆରମ୍ଭ କରାଯିବ ।

ପୂର୍ବରୁ ଦେଶରେ ସର୍ଭାଇକଲ୍ କ୍ୟାନ୍ସର୍ ପାଇଁ ଦୁଇଟି ବିଦେଶୀ ଭ୍ୟାକ୍ସିନ୍ ଉପଲବ୍ଧ ଅଛି । ଏହାର ଗୋଟିଏ ଡୋଜ୍‌ର ଦାମ୍ ୩ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ୯ରୁ ୧୪ ବର୍ଷର କିଶୋରୀଙ୍କ ପାଇଁ ଦୁଇଟି ଡୋଜ୍ ଲାଗୁଥିବା ବେଳେ ୧୫ରୁ ୪୫ ବର୍ଷର ମହିଳାଙ୍କ ନିମନ୍ତେ ତିନିଟି ଡୋଜ୍ ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking