ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ସହ ସରକାରଙ୍କୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ସରକାର ସ୍ୱଦେଶୀ ବିକଳ୍ପ ‘କୁ’ କୁ ସାର୍ବଜନୀନ ଘୋଷଣା ପାଇଁ ପ୍ରାଇମେରୀ କମ୍ୟୁନିକେସନ ବନ୍ଦର ଭାବରେ ଗ୍ରହଣ କରିବାରୁ ବିଚାର କରୁଥିବା ଜଣାପଡିଛି । ଏଥିସହିତ ସମସ୍ତ କେନ୍ଦ୍ର ସରକାରୀ ମନ୍ତ୍ରାଳୟ ଓ ସମ୍ବନ୍ଧୀୟ ବିଭାଗକୁ ଖୁବଶୀଘ୍ର ‘କୁ’ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି । ଆତ୍ମନିର୍ଭରଶୀଳ ଭାରତକୁ ଦୃଷ୍ଟିରେ ରଖି ସରକାର ‘କୁ’ ରେ ପ୍ରଥମ ସାର୍ବଜନୀନ ଘୋଷଣା ଏକ୍ସକ୍ଲୁସିଭ କରିବାକୁ ଚାହୁଁଛନ୍ତି । ଯାହାକୁ ‘ଇଟି ନାଓ’ ରିପୋର୍ଟ କରିଛି ।
#ETNOWExclusive | The @narendramodi Govt may make @kooindia, the desi alternative of #Twitter, as its first port of communication with the public. It wants to do this to encourage an #Aatmanirbhar app @NayantaraRai @PMOIndia https://t.co/9hVlHQIFlQ
— ET NOW (@ETNOWlive) February 15, 2021