18.1 C
Bhubaneswar
Saturday, November 23, 2024
Homeଓଡିଶାକେନ୍ଦ୍ର ରେଳ ବଜେଟ୍‌; ପୂର୍ବତଟ ରେଳକୁ ୧୧,୪୯୫.୯୦ କୋଟି

କେନ୍ଦ୍ର ରେଳ ବଜେଟ୍‌; ପୂର୍ବତଟ ରେଳକୁ ୧୧,୪୯୫.୯୦ କୋଟି

– ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ୧୩୫୦ କୋଟି
– ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ- ୯୫୦ କୋଟି

ଭୁବନେଶ୍ୱର: କେନ୍ଦ୍ର ରେଳ ବଜେଟ୍‌ରେ ପୂର୍ବପଥ ରେଳପଥକୁ ଚଳିତ ବର୍ଷ ମୋଟ୍ ୧୧,୪୯୫.୯୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏଥିରେ ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ ନିମନ୍ତେ ୯୫୦ କୋଟି ପ୍ରଦାନ କରାଯାଇଥିବାବେଳେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ୫୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଗୁରୁବାର ଉପସ୍ଥାପିତ ଅନ୍ତରୀଣ ବଜେଟରେ ଚଳିତ ରେଳ ମନ୍ତ୍ରଣାଳୟକୁ ୨ ଲକ୍ଷ ୫୨ ହଜାର କୋଟି ଦିଆଯାଇଥିବାବେଳେ ଓଡ଼ିଶାକୁ ଅଶା ଠାରୁ ଅଧିକ ଅର୍ଥ ବରାଦ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ୧୧,୫୧୩.୭୪ କୋଟି ଟଙ୍କା ମିଳିଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ରେଳ ବଜେଟ୍‌ରେ ୧୧,୪୯୫.୯୦ କୋଟି ମିଳିଛି ।

ଏଥିରେ ନୂଆ ରେଳ ଲାଇନ ପାଇଁ ୨୮୧୨.୯୧ କୋଟି ଟଙ୍କା, ଦୋହରିଗ୍ରହଣ ପାଇଁ ୩୮୧୮.୨୨ କୋଟି, ଟ୍ରାଫିକ୍ ଉନ୍ନତିକରଣ ପାଇଁ ୨୦୦.୭୪ କୋଟି, ରାସ୍ତା ଓ ବ୍ରିଜ୍ ପାଇଁ ୬୫୬.୮୦ କୋଟି, ଟ୍ରାକ୍ ନବୀକରଣ ପାଇଁ ୯୩୧.୭୩ କୋଟି ଓ ଯାତ୍ରୀ ସୁବିଧା ପାଇଁ ୬୭୧.୪୦ କୋଟି ଟଙ୍କା ୫ଟି ଏବଂ ନୂଆ କାମ ଓ ୩୫ ରେଳ ପ୍ରକଳ୍ପରେ ବିଦ୍ୟୁତକରଣ ପାଇଁ ୨୬୯.୧୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ମାନେଶ୍ୱର ରେଳ ମରାମତି କରଖାନା ପାଇଁ ୨୫ କୋଟି ବ୍ୟୟବରାଦ ହୋଇଥିବାବେଳେ କଳାହାଣ୍ଡି ବିଦ୍ୟୁତ୍ ଲୋକୋ ୱାର୍କସପ୍ ପାଇଁ ୧୦ କୋଟି ବ୍ୟୟବରାଦ ହୋଇଛି । ଅନ୍ୟପକ୍ଷରେ ପୂର୍ବତଟ ରେଳପଥ ଅଧିନରେ ମୋଟ୍ ୭୬ଟି ନୂଆ-ପୁରୁଣା ରେଳ ପ୍ରକଳ୍ପ ପାଇଁ ସର୍ଭେ ଚାଲିଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୧୧.୭୬ କୋଟି ଟଙ୍କା ରେଳ ବଜେଟ୍‌ରେ ବରାଦ ହୋଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଓଡ଼ିଶା ସମେତ ସ।।ରା ଦେଶରେ ୪୦ ହଜାର କିଲୋମିଟର ନୂଆ ରେଳ ନେଟ୍‌ୱର୍କ ହେବ । ଦେଶରେ ପ୍ରାୟ ୧୩୦୦ ଷ୍ଟେସନ ନିର୍ମାଣ ଚାଲିଛି । ଉପା ସରକାରଙ୍କ ଅମଳରେ ଓଡ଼ିଶାକୁ ରେଳ ବଜେଟ୍‌ରେ ମାତ୍ର ୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଉଥିଲା । ହେଲେ ମୋଦୀ ସରକାର ଅମଳରେ ବିଗତ ୩ ବର୍ଷ ହେଲା ହାରାହାରି ବର୍ଷକୁ ୧୦ ହଜାର କୋଟି ଓଡ଼ିଶାକୁ ଆସୁଛି । ଏହାଦ୍ୱାରା ଓଡ଼ିଶାରେ ଦ୍ରୁତ ଗତିରେ ରେଳ ବିକାଶ କାମ ଆଗେଇ ଚାଲିଛି ।

କେଉଁ ନୂଆ ରେଳ ଲାଇନ୍‌କୁ କେତେ?
ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର (୨୮୯ କିମି) ନୂଆ ଲାଇନ -୧୩୫୦ କୋଟି
ତାଲଚର-ବିମଲାଗଡ଼ (୧୫୪ କିମି) ନୂତନ ଲାଇନ-୫୦୦ କୋଟି
ଅନୁଗୋଳ-ସୁକିନ୍ଦା ରୋଡ୍ (୯୮.୭ କିମି) ନୂତନ ଲାଇନ -୦.୦୧ କୋଟି
ହରିଦାସପୁର-ପାରାଦୀପ (୮୨ କିମି) ନୂଆ ଲାଇନ- ୦.୨୦ କୋଟି
ଜୟପୁର-ମାଲକାନଗିରି (୧୩୦ କିମି)- ୨୨୩ କୋଟି
ଜୟପୁର-ନବରଙ୍ଗପୁର (୩୮ କିମି)- ୨୩୫ କୋଟି
ନଉପଡ଼ା-ଗୁଣୁୁପୁର-ନୂଆ ବ୍ରଡଗଜ୍ ଲାଇନ୍ ଥେରୁଭାଲି ପର୍ଯ୍ୟନ୍ତ (୭୯.୧୫ କିମି)- ୫୦ କୋଟି
ଗୋଲଡିହ ରେଳ ଷ୍ଟେସନରୁ ଗନ୍ଧମର୍ଦ୍ଦନ୍ ଲୁହାପଥର ଖଣି -୨୦ କୋଟି
କୋଡିଙ୍ଗାମାଳି ବକ୍ସାଇଟ୍ ମାଇନ୍ସରୁ ସିଂହରାମ ରେଳ ଷ୍ଟେସନ-୨୦ କୋଟି
ଜନଜାତୀୟ ଗୌରବ କରିଡର -୩୦୦ କୋଟି

ଦୋହରିକରଣ ପାଇଁ ବ୍ୟୟବରାଦ
ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ- ୯୫୦ କୋଟି
ଖୋଦ୍ଧା-ବାରଙ୍ଗ-୩ୟ ଲାଇନ (୩୫ କିମି) -୦.୨୦ କୋଟି
ସମ୍ବଲପୁର-ତାଲଚର (୧୭୪.୧୧ କିମି) – ୩୨ କୋଟି
ସମ୍ବଲପୁର-ଟିଟିଲାଗଡ଼ (୧୮୨.୧୧ କିମି) – ୬୦ କୋଟି
ବାଂଶପାଣି-ଦୈତାରୀ-ଟମକା-ଜଖପୁରା (୧୮୦ କିମି)- ୧୦୦ କୋଟି
ବୃନ୍ଦାମାଳ-ଝାରସୁଗୁଡ଼ା -ପୋଲ- ୫୧ କୋଟି
ଭଦ୍ରକ-ନର୍ଗୁଣ୍ଡି-୩ୟ ଲାଇନ (୮୦ କିମି)- ୨୨୩ .୪୦ କିମି
ଝାରସୁଗୁଡ଼ା-ବୁଡ଼ାପଙ୍କ (୩ୟ ଏବଂ ୪ର୍ଥ ଲାଇନ)-୧୬୦ କୋଟି
ବୁଡାପଙ୍କ-ସାଲେଗାଓଁ (୩ୟ ଓ ୪ର୍ଥ ଲାଇନ)- ୪୫୦ କୋଟି
ବାଘୁଆପାଲ ଉଭର ବ୍ରିଜ (୨୦ କିମି)- ୩୦ କିମି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking