18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶବିଜ୍ଞାପନକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌: ସରୋଗେଟ୍ ଓ ଭ୍ରାମକ ବିଜ୍ଞାପନ ଉପରେ ରୋକ୍‌,...

ବିଜ୍ଞାପନକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌: ସରୋଗେଟ୍ ଓ ଭ୍ରାମକ ବିଜ୍ଞାପନ ଉପରେ ରୋକ୍‌, ଉଲ୍ଲଂଘନ କଲେ ୫୦ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ : ସେଣ୍ଟ୍ରାଲ୍ କନ୍‌ଜୁମର୍ ପ୍ରୋଟେକ୍‌ସନ୍ ଅଥରିଟି (ସିସିପିଏ) ବିଜ୍ଞାପନ ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ଗାଇଡ୍‌ଲାଇନ୍ ଅନୁସାରେ ବେ ଭ୍ରାମକ ବିଜ୍ଞାପନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ସିସିପିଏ ସରୋଗେଟ୍ ବିଜ୍ଞାପନ ଉପରେ ମଧ୍ୟ ବ୍ୟାନ୍ ଲଗାଇଛି । ଏହାର ଉଦ୍ଦେଶ୍ୟ ପାରଦର୍ଶିତା ଆଣିବା । ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ଏହି ନୂଆ ଗାଇଡ୍‌ଲାଇନ୍ ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି । ବିଜ୍ଞାପନରେ ଦିଆଯାଇଥିବା ତଥ୍ୟ ପ୍ରଡକ୍ଟରେ ନମିଳିଲେ, ସେହି ବିଜ୍ଞାପନକୁ ଭ୍ରାମକ ବିଜ୍ଞାପନ କୁହାଯିବ । ସେହିପରି ଯେଉଁ ବିଜ୍ଞାପନ ଏହାର ଡିସ୍‌କ୍ଲେମର୍‌ଠାରୁ ଭିନ୍ନ ହୋଇଥିବା ଏହାକୁ ମଧ୍ୟ ଭ୍ରାମକ ବିଜ୍ଞାପନ ବୋଲି ଧରାଯିବ । ଏହା ବ୍ୟତୀତ କୌଣସି ବିଜ୍ଞାପନରେ କୌଣସି ସେଲିବ୍ରିଟି କରୁଥିବା ଦାବି ସତ୍ୟ ହୋଇନଥିଲେ, ସେହି ବିଜ୍ଞାପନ ମଧ୍ୟ ଭ୍ରାମକ ଶ୍ରେଣୀରେ ଆସିବ । ସିସିପିଏ ପକ୍ଷରୁ ଏହା ମଧ୍ୟରେ ୧୧୭ଟି ନୋଟିସ୍ ଜାରି କରାଯାଇଛି ।

ଏହା ମଧ୍ୟରୁ ୫୭ ଭ୍ରାମକ ବିଜ୍ଞାପନ ପାଇଁ, ୪୭ ଅନ୍‌ଫେୟାର୍ ଟ୍ରେଡ୍ ପ୍ରାକ୍ଟିସ୍ ପାଇ ଏବଂ ୯ଟି କଞ୍ଜ୍ୟୁମର ରାଇଟ୍ସର ଅବ୍‌ଷ୍ଟ୍ରକ୍ଟ କରିବା ନିମନ୍ତେ ଜାରି କରାଯାଇଛି । ଅନ୍ୟପକ୍ଷରେ ପ୍ରଡକ୍ଟ ସମ୍ପର୍କରେ ସିଧା କୁହାନଯାଇ ସେହିପରି ପ୍ରଡ଼କ୍ଟ କିମ୍ବା ସମ୍ପୂର୍ଣ୍ଣ ଭିନ୍ନ ପ୍ରଡ଼କ୍ଟ ଭାବେ ବିଜ୍ଞପିତ କରାଯିବାକୁ ସରୋଗେଟ୍ ବିଜ୍ଞାପନ କୁହାଯାଏ । ଏହା ମଧ୍ୟରେ ମଦ୍ୟ, ତମାଖୁ ପ୍ରଭୃତି ପ୍ରଡ଼କ୍ଟର ବିଜ୍ଞାପନ ସାମିଲ । ମଦ ଅନେକ ସମୟରେ ମ୍ୟୁଜିକ୍ ସିଡି କିମ୍ବା ସୋଡ଼ା ରୂପରେ ବିଜ୍ଞପିତ କରାଯାଇଥାଏ । ମଦ, ସିଗାରେଟ୍ ଓ ପାନମସଲାର ବିଜ୍ଞାପନ ଉପରେ ବ୍ୟାନ୍ ଲାଗୁ ହୋଇଥିବା ବେଳେ ଏହାର ବିଜ୍ଞାପନ ପାଇଁ ସରୋଗେଟ୍ ବିଜ୍ଞାପନର ସହାୟତା ନିଆଯାଇଥାଏ ।

ଗାଇଡ୍ ଲାଇନ୍‌ରେ ମାନ୍ୟୁଫାକ୍‌ଚରର୍ ଏବଂ ସର୍ଭିସ ପ୍ରେଭାଇଡର୍‌ଙ୍କୁ ନିମନ୍ତେ କେତେକ କର୍ତ୍ତବ୍ୟ ନିଶ୍ଚିତ କରାଯାଇଛି । ଏହି ଅନୁସାରେ ମାନ୍ୟୁଫାକ୍‌ଚରର୍ ନିଜ ପ୍ରଡ଼କ୍ଟ ସମ୍ପର୍କରେ ସଠିକ୍ ସୂଚନା ଦେବେ । ସେହିପରି ଯେଉଁ ଆଧାରରେ ଦାବି କରାଯିବ, ତାହା ସୂଚନା ମଧ୍ୟ ଦେବାକୁ ପଡ଼ିବ । ଭ୍ରାମକ ବିଜ୍ଞାପନ ପାଇଁ ମାନ୍ୟୁଫାକ୍‌ଚରର୍‌, ଆଡ୍‌ଭାଇଡର୍ସ ଏବଂ ଏଣ୍ଡୋର୍ସର୍ସଙ୍କ ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ । ପରେ ଉଲ୍ଲଂଘନ ।ଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । କର୍ତ୍ତୃପକ୍ଷ ଭ୍ରାମକ ବିଜ୍ଞାପନର ଏଣ୍ଡୋସର୍‌ଙ୍କୁ ଏକବର୍ଷ ବ୍ୟାନ୍ ମଧ୍ୟ କରିପାରିବେ । ପରେ ଏହାର ଉଲ୍ଲଂଘନ ପାଇଁ ଏହି ବ୍ୟାନ୍‌କୁ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଏହି ନିୟମ ଉପଭୋକ୍ତାଙ୍କୁ ଭ୍ରାମକ ବିଜ୍ଞାପନ ବିରୋଧରେ ଅଭିଯୋଗ କରିବାର ଅଧିକାର ମଧ୍ୟ ପ୍ରଦାନ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking