25.1 C
Bhubaneswar
Monday, October 21, 2024
Homeଓଡିଶାପଦ୍ମ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର; ୩୪ ଜଣଙ୍କ ମଧ୍ୟରେ ୨ ଓଡ଼ିଆ

ପଦ୍ମ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର; ୩୪ ଜଣଙ୍କ ମଧ୍ୟରେ ୨ ଓଡ଼ିଆ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ପଦ୍ମ ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଚଳିତ ବର୍ଷ ୩୪ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ପଦ୍ମଶ୍ରୀ ଲାଗି ମନୋନୀତ ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶାରୁ ୨ ଜଣ ଅଛନ୍ତି । ଗଞ୍ଜାମ ଗୋପୀନାଥ ସ୍ୱାଇଁଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଲୋକନାଟକ କୃଷ୍ଣ ଲୀଳାର ସଂଗୀତକାର ହେଉଛନ୍ତି ଗୋପୀନାଥ ସ୍ୱାଇଁ । ସେହିପରି ବରଗଡ଼ର ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ମିଳିବ । ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ ।

ସେହିପରି ପାର୍ବତୀ ବରୁଆ, ଜାଗେଶ୍ୱର ଯାଦବ, ଚାର୍ମି ମୁର୍ମୁ, ସୋମନ୍ନା, ସର୍ବେଶ୍ୱର, ସାଙ୍ଗ ଥାମଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ରହିଛି । ପାର୍ବତୀ ବରୁଆ ହେଉଛନ୍ତି ଦେଶର ପ୍ରଥମ ମହିଳା ମାହୁନ୍ତ । ମାତ୍ର ୧୪ ବର୍ଷ ବୟସରେ ସେ ହାତୀକୁ ନିୟନ୍ତ୍ରଣ କରିବାର କଳା ଆୟତ୍ତ କରିଥିଲେ । ମଣିଷ-ହାତୀ ସଂଘର୍ଷକୁ ହ୍ରାସ କରିବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । କେତେକ ବୈଜ୍ଞାନିକ କୌଶଳ ମାଧ୍ୟମରେ ସେ ଏହା କରିଥାନ୍ତି । ଏ କ୍ଷେତ୍ରରେ ସେ ୩ ରାଜ୍ୟଙ୍କୁ ସହାୟତା କରିଆସୁଛନ୍ତି । ଗତ ୪ ଦଶନ୍ଧି ଧରି ସେ ହାତୀ-ମଣିଷ ସଂଘର୍ଷ ହ୍ରାସ କରିବାରେ ଯୋଗଦାନ ଦେଇଆସୁଛନ୍ତି ଓ ତାଙ୍କ ଉଦ୍ୟମ ଫଳରେ ଅନେକ ଲୋକଙ୍କ ଜୀବନ ବଞ୍ଚିପାରିଛି । ଅବହେଳିତ ବିରହୋର ଓ ପାହାଡି କୋରୱା ଲୋକଙ୍କ ଉନ୍ନତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଯଶପୁରର ଆଦିବାସୀ କଲ୍ୟାଣ କର୍ମୀ ଜାଗେଶ୍ୱର ଯାଦବ ପଦ୍ମଶ୍ରୀ ପାଇବେ । ସେହିପରି ଆଦିବାସୀ ପରିବେଶବିତ୍ ତଥା ସରାଇକେଲା ଖାରସାବନର ମହିଳା ସଶକ୍ତୀକରଣ ନେତ୍ରୀ ଚାମି ମୁର୍ମୁ ପଦ୍ମଶ୍ରୀ ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking