20.1 C
Bhubaneswar
Monday, November 18, 2024
Homeଓଡିଶାଓଡିଶାରେ ପୂର୍ବାଂଚଳ ରାଜ୍ୟସମୂହ ପାଇଁ ଶାହାଙ୍କ ବୈଠକ ପୂର୍ବ ଭାରତରେ ଓଡିଶାକୁ ବିକାଶରେ ପ୍ରଧାନ୍ୟ -...

ଓଡିଶାରେ ପୂର୍ବାଂଚଳ ରାଜ୍ୟସମୂହ ପାଇଁ ଶାହାଙ୍କ ବୈଠକ ପୂର୍ବ ଭାରତରେ ଓଡିଶାକୁ ବିକାଶରେ ପ୍ରଧାନ୍ୟ – ଧର୍ମେନ୍ଦ୍ର ପ୍ରଧାନ

 ମୋଦି ଓ ଶାହା ଓଡିଶା ପାଇଁ ଐତିହାସିକ ଫନୀ ସହାୟତା ଦେଇଛନ୍ତି
 ଏମ୍‌ଏମ୍‌ଡିଆର ନିୟମରେ ପରିବର୍ତନ କାରଣରୁ ରାଜ୍ୟକୁ ବାର୍ଷିକ ୨୫ ହଜାର କୋଟି ରାଜସ୍ୱ ମିଳିବା ସମ୍ଭାବନା
 ଓଡିଶାର ବିକାଶ ପାଇଁ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ରାଜପଥ, କୋଷ୍ଟାଲ ହାଇୱେ, ରେଳ
ଲାଇନ, କାମ୍ପା ଫଣ୍ଡକୁ ପ୍ରାଧାନ୍ୟ ଦେବା ସହ ପାଇକ ବିଦ୍ରୋହକୁ ସ୍ୱୀକୃତି ଦେଇଛନ୍ତି
 ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଓଡିଶାରେ ଲାଗୁ କରିବାକୁ ଅନୁରୋଧ
ଭୁବନେଶ୍ୱର  – ପୂର୍ବ ଭାରତର ବିକାଶ ବିନା ଦେଶର ବିକାଶ ଅସମ୍ଭବ ଏବଂ ଏହି ବିକାଶରେ ଓଡିଶା ଅଗ୍ରଭାଗରେ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ପୂର୍ବାଂଚଳ ରାଜ୍ୟସମୂହ ବୈଠକକୁ ଓଡିଶାର ଭୁବନେଶ୍ୱରରେ ଆୟୋଜନ କରି ପୂର୍ବଭାରତ ତଥା ଓଡିଶାର ବିକାଶର କଥା ଚିନ୍ତା କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ଠାରେ ଶୁକ୍ରବାର ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନସଭାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅତୀତରେ ଅନେକ ସରକାର ଦିଲ୍ଲୀ ଦରବାରରେ ବସିଛନ୍ତି ମାତ୍ର ରାଜ୍ୟକୁ ଆସି କୌଣସି ସରକାର ବୈଠକ କରୁନଥିଲେ । କିନ୍ତୁ ଅମିତ ଶାହାଙ୍କ ଦୂରଦୃଷ୍ଟି କାରଣରୁ ରାଜ୍ୟରେ ପୂର୍ବାଂଚଳ ରାଜ୍ୟସମୂହ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ନିକଟରେ ସଠିକ୍ ଭାବରେ ଓଡିଶାର ଥିବା ଅପେକ୍ଷାକୁ ରଖିପାରିଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି ଯେ ଫନୀରେ ବିଧ୍ୱଂସ୍ତ ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ପ୍ରାକୃତିକ ଦୁର୍ବିପାକ ଚିରସହଚର ଓଡିଶା ପାଇଁ ଐତିହାସିକ ସହାୟତା ଦେଇଛନ୍ତି । ଫନୀ ମହାବାତ୍ୟାର ଖବର ପାଇବା ମାତ୍ରେ ମୋଦି ସରକାର ଓଡିଶା ସରକାରଙ୍କୁ ତ୍ୱରିତ ୩୪୦ କୋଟି ଟଙ୍କା ସହାୟତା ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗସ୍ତରେ ଆସି ଫନୀ ସ୍ଥିତି ଅନୁଧ୍ୟାନ କରିବା ସହ ଓଡିଶାକୁ ୧ ହଜାର କୋଟି ଟଙ୍କାର ସହାୟତା ଅର୍ଥ ଘୋଷଣା କରିଥିଲେ । ଶେଷରେ ଚୂଡାନ୍ତ ସହାୟତା ପାଇଁ ଅତିରିକ୍ତ ୩୩୩୮.୨୨ କୋଟି ଟଙ୍କା ଦେଇ ମୋଦି ସରକାର ମୋଟ ୪୬୭୮.୨୨ କୋଟି ଫନୀ ସହାୟତା ଦେଇଛନ୍ତି । ଅତୀତରେ ଓଡିଶାକୁ ଏତେମାତ୍ରାରେ ସହାୟତା କେବେ ମିଳିନଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମ୍ବେଦନ ନେତୃତ୍ୱ କାରଣରୁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ବିକାଶ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ରାଜପଥ, ଉପକୂଳ କୋଷ୍ଟାଲ ହାଇୱେ, ରେଳ ଲାଇନ, କାମ୍ପା ଫଣ୍ଡକୁ ପ୍ରଧାନ୍ୟ ଦେବା ସହ ପାଇକ ବିଦ୍ରୋହକୁ ସ୍ୱୀକୃତି ଦେଇଛନ୍ତି । ତେବେ ମୋଦି ସରକାରଙ୍କ ବ୍ୟତିତ ଅନ୍ୟ କେଉଁ ସରକାର ଓଡିଶାକୁ ଏପରି ସୁଦୃଷ୍ଟିରେ ଦେଖିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଖଣି ଖାଦାନର ରାଜ୍ୟ ଓଡିଶାରେ ଆଦିବାସୀ ଲୋକଙ୍କର ସମ୍ପତିକୁ ଅତୀତରେ ଶିଳ୍ପପତି ମାନଙ୍କୁ ଟେକି ଦିଆଯାଉଥିଲା । ମାତ୍ର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ୨୦୧୫ ମାଇନ୍ସ
ଆଣ୍ଡ ମିନେରାଲ୍ସ ଡେଭଲପମେଂଟ୍ ରେଗୁଲେସନ ଆକ୍ଟ(ଏମ୍‌ଏମ୍‌ଡିଆର) ନିୟମରେ ପରିବର୍ତନ କରାଗଲା । ନରେନ୍ଦ୍ର ମୋଦିଙ୍କ ଏହି ନୀତି ସୁଧାର କାରଣରୁ ଓଡିଶା ବାର୍ଷିକ ୨୫ ହଜାର କୋଟି ଟଙ୍କା ରାଜସ୍ୱ ପାଇବାର ସମ୍ଭାବନା ଦେଖାଯାଇଛି ।ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ଦେବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି । ନବରଙ୍ଗପୁର, କୋରାପୁଟ, କେନ୍ଦ୍ରାପଡାର ଗରିବ ଲୋକମାନେ ଏହି ଯୋଜନା ଅଧୀନରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ପାଇବାରେ ବିବାଦ କେଉଁଠୁ ରହିଲା । ତେଣୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଓଡିଶାରେ ଲାଗୁ କରିବାକୁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଓଡିଶାରେ ସଶକ୍ତ ରାଜନୈତିକ ସଂଗଠନ ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହାଙ୍କ ଚେଷ୍ଟା ଜାରୀ ରହିଛି । ଓଡିଆ ଲୋକଙ୍କ ଆଶୀର୍ବାଦ କାରଣରୁ ୮ ଓଡିଆ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଆଜି ରାଜ୍ୟରେ ପ୍ରଶାସନ ନିକଟରେ ଓଡିଆ ଲୋକଙ୍କ ଅଭିଯୋଗକୁ ଉପସ୍ଥାପନ କରିବା ପାଇଁ ବିଜେପି ବିରୋଧୀ ଦଳର ଭୂମିକା ନେଇଛି ।ଶ୍ରୀ ଶାହା ବାରମ୍ବାର ବୁଥ ମଜବୁତ୍ ହେଲେ ଦଳ ମଜବୁତ୍ ହେବ ବୋଲି କହୁଛନ୍ତି । ଆଗାମୀ ଦିନରେ ଓଡିଆ ଲୋକଙ୍କ ମନ ଜିତିବା ପାଇଁ ଭାରତୀୟ ଜନତା ପାର୍ଟି କଠୋର ପରିଶ୍ରମ କରିବ ଏବଂ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ମନରେ ଥିବା କଳ୍ପନାକୁ ସାକାର କରାଯିବ ବୋଲି ସେ କହିଛନ୍ତି । ରାଜ୍ୟ ବିଜେପି ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ସାଢେ ୪ କୋଟି ଓଡିଆଙ୍କ ସ୍ୱାର୍ଥକୁ ପୂରଣ କରିବ ଏବଂ ଗାଁ ଗଣ୍ଡାରେ ରାଜନୈତିକ ଲଢେଇକୁ ଆହୁରି ସକ୍ରିୟ ଭାବେ ପାଳନ କରିବ ।ଏଥିପାଇଁ ଆଜି ଦଳର କାର୍ଯ୍ୟକର୍ତାଙ୍କୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking