ଭୁବନେଶ୍ୱର: ଆସନ୍ତାକାଲିଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଜନଗଣନା । ଏନେଇ ସୂଚନା ଦେଲେ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ । ପ୍ରଥମ ପର୍ଯ୍ୟାୟରେ ସେଲ୍ଫ ଏନୁମରେସନ ବା ସ୍ୱ ଗଣନା ହେବ । ଏହା ହେବ ଦେଶର ପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା । ରାଜ୍ୟପାଳଙ୍କ ପାଖରୁ ଏହି ଜନଗଣନା ଆରମ୍ଭ ହେବ । ଜନଗଣନା ଆରଟିଆଇ ପରିସରଭୁକ୍ତ ହେବନି, ବ୍ୟକ୍ତିଗତ ତଥ୍ୟ କାହାରିକୁ ଜଣାଯିବନି । ପ୍ରଥମ ପର୍ଯ୍ୟାୟରେ ସ୍ୱ ଗଣନା ୧୫ ଦିନ ଚାଲିବ । ଜଣେ ଚାହିଁଲେ ସେଥିରେ ଥିବା ୩୩ ପ୍ରଶ୍ନ ଜରିଆରେ ଉତ୍ତର ରଖିପାରିବେ ।










