29.1 C
Bhubaneswar
Monday, November 18, 2024
Homeଓଡିଶା୨୫ରୁ ସିବିଏସଇ ଇମ୍ପ୍ରୁଭମେଣ୍ଟ ପରୀକ୍ଷା

୨୫ରୁ ସିବିଏସଇ ଇମ୍ପ୍ରୁଭମେଣ୍ଟ ପରୀକ୍ଷା

ନୂଆଦିଲ୍ଲୀ: ଅଗଷ୍ଟ ୨୫ରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଇମ୍ପ୍ରୁଭମେଣ୍ଟ ପରୀକ୍ଷା । ଯେଉଁ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟରେ ଖୁସି ନଥିବେ ସେମାନେ ପରୀକ୍ଷା ଦେବେ । କମ୍ପାର୍ଟମେଣ୍ଟ କ୍ୟାଟେଗୋରୀରେ ଥିବା ପରୀକ୍ଷାର୍ଥୀ ବି ପରୀକ୍ଷା ଦେଇପାରିବେ । ପରୀକ୍ଷାର୍ଥୀଙ୍କ ବାବଦରେ ଅନଲାଇନରେ ଜଣାଇବାକୁ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି ।

ଉଲେଖଯୋଗ୍ୟ ,ଚଳିତବର୍ଷ ମୋଟ ପାସ୍ ହାର ୯୯.୦୪ ପ୍ରତିଶତ ରହିଛି । ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ପରୀକ୍ଷାରେ ଛାତ୍ରୀମାନଙ୍କର ପାସ୍ ହାର ୯୯.୨୪ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସ୍ ହାର ୯୮.୮୯ ପ୍ରତିଶତ ରହିଛି । ୨୦୨୧ବର୍ଷ ୨୦ଲକ୍ଷ ୯୭ହଜାର ୧୨୮ ପିଲା ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ୨୦ଲକ୍ଷ ୭୬ହଜାର ୯୯୭ ଜଣ ପିଲା ପାସ୍ କରିଛନ୍ତି । ୫୭ହଜାର ୮୨୪ଜଣ ଛାତ୍ରଛାତ୍ରୀ ୯୫ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଏବର୍ଷ କେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ଶତ ପ୍ରତିଶତ ରହିଛି। ନବୋଦୟ ବିଦ୍ୟାଳୟର ପାସ୍ ହାର ୯୯. ୯୯ ପ୍ରତିଶତ ରହିଥିବାବେଳେ ତ୍ରିଭେନ୍ଦମ ରିଜିୟନର ପାସ୍ ହାର ସର୍ବାଧିକ ୯୯.୯୯ ପ୍ରତିଶତ ରହିଛି। ସେହିପରି ଭୁବନେଶ୍ଵର ରିଜିଅନର ପାସ୍ ହାର ୯୯.୬୨ ପ୍ରତିଶତ ରହିଛି । କରୋନା କାରଣରୁ ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷାକୁ ବାତିଲ କରାଯାଇଥିଲା। ତେବେ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଅର୍ଥାତ୍ ୪୦-୩୦-୨୦କୁ ଆଧାର କରି ଫଳ ପ୍ରକାଶ ପାଇଛି । ଆଶାଠାରୁ ଅଧିକ ଫଳ ପାଇ ଛାତ୍ରଛାତ୍ରୀମାନେ ଖୁସିବ୍ୟକ୍ତ କରିଛନ୍ତି ।

ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା ଘୋଷଣା ହୋଇଛି । ଦୁଇଟି ଟର୍ମରେ ହେବ ୨୦୨୧-୨୨ର ଶିକ୍ଷାବର୍ଷ । ପ୍ରତି ଟର୍ମରେ ୫୦ ପ୍ରତିଶତ ସିଲାବସ୍ ରହିବ । ଏହାସହ ପ୍ରତି ଟର୍ମ ଶେଷରେ ବୋର୍ଡ ଦ୍ୱାରା ପରୀକ୍ଷା କରାଯିବ । ଗତବର୍ଷ ପରି ସଂକ୍ଷିପ୍ତ ସିଲାବସ୍ ଆଧାରରେ ବୋର୍ଡ ପରୀକ୍ଷା ହେବ । ଗତ ମାର୍ଚ୍ଚ ମାସରେ ବୋର୍ଡ ଜାରି କରିଥିବା ସିଲାବସ୍ ଆଧାରରେ ହିଁ ପାଠପଢା ହେବ ବୋଲି ନିଷ୍ପତ୍ତି ହୋଇଛି । ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସମେଣ୍ଟ, ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ୱାର୍କକୁ ଗୁରୁତ୍ୱ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking