32.1 C
Bhubaneswar
Thursday, April 2, 2026
Homeଓଡିଶାବ୍ଲାକ ରୋଜ ଜାହାଜ ବୁଡି ଘଟଣାର ଗୁମର ଖୋଲିବ ସିବିଆଇ

ବ୍ଲାକ ରୋଜ ଜାହାଜ ବୁଡି ଘଟଣାର ଗୁମର ଖୋଲିବ ସିବିଆଇ

ଭୁବନେଶ୍ୱର : ବ୍ଲାକ ରୋଜ ବୁଡି ଘଟଣାର ଗୁମର ଖୋଲିବ ସିବିଆଇ। ବ୍ଲାକ ରୋଜ ଜାହାଜରେ ଓଡିଶାରୁ ବିଦେଶକୁ କିଏ କିଏ ଲୁହାପଥର ଚୋରା ଚାଲାଣରେ ସମ୍ପୃକ୍ତ ଥିଲେ ତାହାର ସତ୍ୟତା ସାମ୍ନାକୁ ଆସିବ। କେବଳ ସିବିଆଇ ହିଁ ଏହି ଅନ୍ତର୍ଜାତୀୟ ଅପରାଧର ଗୁମର ଖୋଲିପାରିବ ବୋଲି କହିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ବିଜୁ ଜନତା ଦଳର ବହୁ ତୁଙ୍ଗ ନେତାଙ୍କ କଳାକାରନାମା ଖୁବ ଶୀଘ୍ର ସାମ୍ନାକୁ ଆସିବ ବୋଲି ପ୍ରଦୀପ ପ୍ରଧାନ କହିଛନ୍ତି। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ବ୍ଲାକ ରୋଜ ବୁଡି ଘଟଣାର ତଦନ୍ତ କରିବାକୁ ୨୦୨୪, ଜୁନ ୨୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ପ୍ରଦୀପ ପ୍ରଧାନ। ବ୍ଲାକ ରୋଜ ବୁଡି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତର ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିବାକୁ ନିବେଦନ କରିଥିଲେ ପ୍ରଦୀପ ପ୍ରଧାନ। ଏହି ଅଭିଯୋଗକୁ ଆଧାର କରି ଘଟଣାର ଉପଯୁକ୍ତ ଅନୁସନ୍ଧାନ କରିବାକୁ ଗୃହ ବିଭାଗ ପକ୍ଷରୁ ଡିଜିପିଙ୍କୁ ଲେଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking