29.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଝଟକା

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଝଟକା

ପାଟନା :ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଝଟକା। ଆଇଆରସିଟିସି ଦୁର୍ନୀତି ମାମଲାରେ ସିବିଆଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଜାମିନ ରଦ୍ଦ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ତେଜସ୍ୱୀଙ୍କ ଜାମିନ ରଦ୍ଦ କରିବା ପାଇଁ କୋର୍ଟରେ ଆବେଦନ କରିଛି ସିବିଆଇ। ସିବିଆଇର ଆବେଦନ ଉପରେ ରାଉଜ ଏଭେନ୍ୟୁ ସ୍ଥିତ ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋୟଲ ତେଜସ୍ୱୀ ଯାଦବଙ୍କୁ ନୋଟିସ ଜାରି କରିଛନ୍ତି। ସିବିଆଇର କହିବା ଅନୁଯାୟୀ, ତେଜସ୍ୱୀ ଯାଦବ ତଦନ୍ତକୁ ପ୍ରଭାବିତ କରିବାକୁ ପ୍ରୟାସ କରୁଛନ୍ତି । ସିବିଆଇର ଆବେଦନ ଉପରେ କାହିଁକି ତାଙ୍କର ଜାମିନ ରଦ୍ଦ କରାଯିବ ନାହିଁ ବୋଲି ତେଜସ୍ୱୀଙ୍କୁ କୋର୍ଟ ପ୍ରଶ୍ନ କରିଛନ୍ତି । ତେବେ ଏହା ଉପରେ ଜବାବ ଦେବା ପାଇଁ ତେଜସ୍ୱୀଙ୍କୁ ନୋଟିସ ଜାରି କରାଯାଇଛି । ଆଇଆରସିଟିସି ଘୋଟାଲା ମାମଲାରେ ତେଜସ୍ୱୀ ଯାଦବ ବର୍ତ୍ତମାନ ସମୟରେ ଜାମିନରେ ଅଛନ୍ତି। ସୂଚନା ଅନୁଯାୟୀ, ଲାଲୁ ଯାଦବ, ରାବଡି ଦେବୀ ଏବଂ ତେଜସ୍ୱୀ ଯାଦଙ୍କ ସହ ଅନ୍ୟମାନେ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି । ଏହି ମାମଲା ରାଉଜ ଏଭେନ୍ୟୁ କୋର୍ଟରେ ବିଚାରଧିନ ରହିଛି । ସିବିଆଇ ସହ ଇଡି ଏହି ମାମଲାର ତଦନ୍ତ କରୁଛନ୍ତି । ଆଇଆରସିଟିସିର ହୋଟେଲ ଟେଣ୍ଡରରେ ଦୁର୍ନୀତି ମାମଲା ସାମ୍ନାକୁ ଆସିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking