26.1 C
Bhubaneswar
Monday, November 25, 2024
Homeଦେଶ ବିଦେଶପ୍ରେମିକାର କିସ୍ ହେଲା ପ୍ରେମିକର ବ୍ରେନଷ୍ଟ୍ରୋକର କାରଣ....

ପ୍ରେମିକାର କିସ୍ ହେଲା ପ୍ରେମିକର ବ୍ରେନଷ୍ଟ୍ରୋକର କାରଣ….

ନୂଆଦିଲ୍ଲୀ : ଗର୍ଲଫ୍ରେଣ୍ଡର ଲଭ୍ ବାଇଟରେ ଚାଲିଗଲା ପ୍ରେମିକର ଜୀବନ । ଆପଣ ଏକଥା ଶୁଣି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏପରି ଏକ ଅଭାବନୀୟ ଘଟଣା ଘଟିଛି ମେସ୍କିକୋ ସିଟିରେ । ସୂଚନା ଅନୁଯାୟୀ, ଜଣେ ୧୭ ବର୍ଷର ଯୁବକ ନିଜ ପରିବାର ଓ ନିଜ ଗର୍ଲଫ୍ରେଣ୍ଡଙ୍କ ସହିତ ଡିନର ନାଇଟରେ ଯାଇଥିଲେ । ସେଠାରେ ତାଙ୍କ ୨୪ ବର୍ଷୀୟା ପ୍ରେମିକା ତାଙ୍କ ବେକକୁ କିସ୍ କରିଥିଲେ ଓ ଲଭ୍ ବାଇଟ ଦେଇଥିଲେ । ଏହା ପରେ କୌଣସି ଅସୁବିଧା ହୋଇନଥିଲା । କିନ୍ତୁ ଏହାର କିଛି ସମୟ ପରେ ଯୁବକଙ୍କ ବେକରେ ବ୍ଲଡ କ୍ଲଟ ହୋଇ ଯାଇଥିଲା । ଏହା ପରେ ତାଙ୍କୁ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଥିଲା । ସେ ବେହୋସ ହୋଇଯାଇଥିଲେ । ଏହା ପରେ ତାଙ୍କ ପରିବାର ତାଙ୍କୁ ପାଖରେ ଥିବା ଏକ ମେଡିକାଲକୁ ନେଇଯାଇଥିଲେ । ପରେ ଡାକ୍ତରମାନେ ଯୁବକ ଜଣଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ, ଲଭ୍ ବାଇଟ କରିବା ଦ୍ୱାରା ଏହା ରକ୍ତ ଜମାଟ ବାନ୍ଧିବାର ବଡ କାରଣ ହୋଇଥାଏ । ଯାହା ଦ୍ୱାରା ବ୍ରେନକୁ ରକ୍ତ ଯାଇପାରେନି ଓ ବ୍ରେନ ମଧ୍ୟ କାମ କରିବା ବନ୍ଦ ହୋଇଯାଏ । ଏହାପରେ ଏହି ବ୍ଲଡ କ୍ଲଟ ବ୍ରେନ ଷ୍ଟ୍ରୋକ ମଧ୍ୟ କରାଇଥାଏ । ଯାହାକି ଯୁବକ ଜଣଙ୍କ ସହିତ ହୋଇଥିଲା । ତେବେ ଏହା ହେଉଛି ଏକ ରେୟାର କେସ୍ । କିନ୍ତୁ ଏହା ପୂର୍ବରୁ ମଧ୍ୟ ୨୦୧୦ ମସିହାରେ ଲଭ୍ ବାଇଟ ପାଇଁ ଜଣେ ୪୪ ବର୍ଷୀୟ ଯୁବତୀଙ୍କର ଜୀବନ ଯାଇଥିଲା । ଯିଏକି ନ୍ୟୁଜଲ୍ୟାଣ୍ଡ୍ ବାସିନ୍ଦା ଥିଲେ । ଡାକ୍ତରଙ୍କ କହିବା ଅନୁସାରେ ଲଭ୍ ବାଇଟ ପାଇଁ ରକ୍ତ ଜମାଟ ବାନ୍ଧି ଦିଏ । ଯାହା ପାଇଁ ଶରୀରରେ ଓ ବେକର ଶିରାରେ ରକ୍ତ ସଞ୍ଚାର ହୋଇ ନଥାଏ । ଯାହାକି ମୃତ୍ୟୁର କାରଣ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking