27.1 C
Bhubaneswar
Sunday, September 8, 2024
Homeଓଡିଶାକ୍ୟାସ ଅନ୍ ଡେଲିଭରି କରୁଥିଲେ ହୋଇଯାଆନ୍ତୁ ସାବଧାନ !

କ୍ୟାସ ଅନ୍ ଡେଲିଭରି କରୁଥିଲେ ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର: କ୍ୟାସ ଅନ୍ ଡେଲିଭରି କରୁଥିବା ଗ୍ରାହକ ହୋଇଯାନ୍ତୁ ସାବଧାନ। ଇ କମର୍ସ ପ୍ଲାଟଫର୍ମ ଆମାଜନ ନେଲା ବଡ ନିଷ୍ପତି । ଏବେ ଆଉ ଆପଣ ଅଫଲାଇନ ଟଙ୍କା ଦେଇ କରିପାରିବେ ନାହିଁ ସପିଙ୍ଗ । କମ୍ପାନୀ ତରଫରୁ ଏକ ନୂଆ ନିଷ୍ପତି ନିଆଯାଇଛି । ଏ ନିଷ୍ପତି ଉଠିଛି ୨୦୦୦ ଟଙ୍କିଆ ନୋଟ୍ କୁ ନେଇ.. ଦେଶରେ ଏବେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ରଖୁଛନ୍ତି। ଆଉ ଅନେକ ସମୟରେ ସପିଙ୍ଗ କରି କ୍ୟାସ ଅନ୍ ଡେଲିଭରି କରିବାବେଳେ ୨୦୦୦ ଟଙ୍କିଆ ନୋଟ୍ ଦେଉଛନ୍ତି । ଯାହାକୁ ରୋକିବା ପାଇଁ କମ୍ପନୀ ଏଭଳି ନିଷ୍ପତି ନେଇଛି ।

ନିୟମ ଅନୂସାରେ ବର୍ତ୍ତମାନ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବା ଏବଂ ତାହାକୁ ବଦଳାଇବାର ଶେଷ ତାରିଖ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଲୋକେ ସମୟ ଥାଉ ଥାଉ ସେମାନଙ୍କର ୨୦୦୦ ଟଙ୍କିଆ ନୋଟ୍ ଜମା କରିଦେବା ଉଚିତ । ନହେଲେ ଅସୁବିଧାର ସାମ୍ନା କରିବେ ବୋଲି ଆରବିଆଇ ତରଫରୁ ଆଗରୁ ବି କୁହାଯାଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୦୦୦ ଟଙ୍କିଆ ନୋଟ ପ୍ରଚଳନରୁ ହଟାଇବାକୁ ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ଆରବିଆଇ ପକ୍ଷରୁ କୁହାଯାଇଛି ଯେ ଲୋକେ ସେମାନଙ୍କ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ କିମ୍ବା ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଜମା କରିପାରିବେ। ବର୍ତ୍ତମାନ ୨୦୦୦ ଟଙ୍କିଆ ନୋଟ ଜମା କରିବା କିମ୍ବା ବଦଳାଇବାର ଶେଷ ତାରିଖ ଶେଷ ହେବାକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଛି। ଏହି ସମୟ ମଧ୍ୟରେ ଇ-ସପିଂ ସାଇଟ ଆମାଜନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।

ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ କୁହାଯାଇଛି ଏବେ ଆଉ କ୍ୟାସ ଅନ୍ ଡେଲିଭରି ସମୟରେ ୨୦୦୦ ଟଙ୍କିଆ ନୋଟ୍ ସେ ନେବ ନାହିଁ। ଆମାଜନ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ କ୍ୟାସ ଅନ୍ ଡେଲିଭରି ସମୟରେ ଗ୍ରାହକଙ୍କ ଠାରୁ ନଗଦ ୨୦୦୦ ଟଙ୍କିଆ ନୋଟ ଗ୍ରହଣ କରିବା ବନ୍ଦ କରିବ।

ମାନେ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଆମାଜନ ପକ୍ଷରୁ କ୍ୟାସ ଅନ୍ ଡେଲିଭରି ସମୟରେ ନଗଦ ୨୦୦୦ ଟଙ୍କିଆ ଗ୍ରହଣ କରାଯିବ । ଯଦି ଗୋଟିଏ ଅର୍ଡର ତୃତୀୟ ପକ୍ଷ କୋରିଅର୍ ପାର୍ଟନର ମାଧ୍ୟମରେ ପଠାଯାଏ ତାହେଲେ ଡେଲିଭରି ସମୟରେ ନଗଦ ପାଇଁ ନୋଟ୍ ଗ୍ରହଣ କରାଯାଇ ପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking