19.1 C
Bhubaneswar
Saturday, November 23, 2024
Homeଓଡିଶାଅପ୍ରାକୃତିକ ଯୌନ ସମ୍ପର୍କ ମାମଲା; ଆସାମୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା; ଆସାମୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

କଟକ: ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ତଥା ଯୌନ ନିର୍ଯାତନା ଦେବା ମାମଲାର ବିଚାର କରି କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ କଟକ ଖାନନଗର ଅଞ୍ଚଳର ଚିନ୍ତାମଣି ନାୟକ । ଏଥି ସହିତ ଦୋଷୀକୁ ୧୦ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ଅ ।ଦେଶ ଦେଇଛନ୍ତି ।

ଜରିମାନା ଅନାଦେୟ ହେଲେ ତାକୁ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ଏଥିସହ ପୀଡ଼ିତ ନାବାଳକଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବା ନିମନ୍ତେ ଅଦାଲତ ଜିଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ ସେପ୍ଟେମ୍ବର ୨ ତାରିଖ ଗଣେଶ ପୂଜାରେଖାନନଗର ହାଇସ୍କୁଲ ପରିସରରେ ପୀଡ଼ିତ ୬ବର୍ଷର ନାବାଳକ  ଖେଳୁଥିଲେ । ତେବେ ଅପରାହ୍ଣରେ  ଚିନ୍ତାମଣି ନାବାଳକଙ୍କୁ ଚକୋଲେଟ ଓ କୁର୍‌କୁରେ ଖାଇବାର ଲୋଭ ଦେଖାଇ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ ।

ସେଠାରେ ନାବାଳକ ସହ ଅପ୍ରାକୃତିକ ଯୌନ ରଖିଥିଲେ । ନାବାଳକ ଜଣକ ଘରକୁ ଆସିବା ପରେ ନିଜ ମାଆଙ୍କୁ କହିଥିଲେ । ନାବାଳକଙ୍କ ମାଆ ଏନେଇ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ମଧୁପାଟଣା ଥାନା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଦାଲତରେ ପୁଲିସ ଚାର୍ଜସିଟ ଦାଖଲ କରିବା ପରେ ମାମଲାର ବିଚାର ହୋଇଥିଲା । ୧୨ ଜଣ ସାକ୍ଷୀ ଓ ୧୨ଟି ଡକ୍ୟୁମେଣ୍ଟ ଆଧାରରେ ମାମଲାର ବିଚାର କରି  ଅଦାଲତ ଏହି ରାୟ ପ୍ରଦାନ କରିଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ବିଶ୍ୱଜିତ୍ ରାୟ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking