28.1 C
Bhubaneswar
Monday, July 1, 2024
Homeଓଡିଶାଅନଲାଇନ ଗେମିଂ ଆପ ଜରିଆରେ ଠକେଇ ମାମଲା; ମାଷ୍ଟରମାଇଣ୍ଡ ନାଁରେ ଜାରି ହେଲା ଲୁକ ଆଉଟ...

ଅନଲାଇନ ଗେମିଂ ଆପ ଜରିଆରେ ଠକେଇ ମାମଲା; ମାଷ୍ଟରମାଇଣ୍ଡ ନାଁରେ ଜାରି ହେଲା ଲୁକ ଆଉଟ ସର୍କୁଲାର

ଭୁବନେଶ୍ୱର: ଅନଲାଇଇନ ଗେମ ଜରିଆରେ ଟଙ୍କା ଜିତିବାର ଲୋଭ ଦେଖାଇ ପ୍ରାୟ ୧ ହଜାର କୋଟି ଟଙ୍କାର ଠକେଇ ହୋଇଛି । ଠକ ସଂସ୍ଥାର ମାଷ୍ଟରମାଇଣ୍ଡ ବିରୋଧରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲୁ ର ଅନୁରୋଧକ୍ରମେ ବ୍ୟୁରୋ ଅଫ ଇମିଗ୍ରେସନ ଲକୁ ଆଉଟ ସର୍କୁଲାର ଜାରି କରିଛି । ବ୍ୟୁରୋ ଅଫ ଇମିଗ୍ରେସନ ମହମ୍ମଦ ସୈଫ ନାଁରେ ଏହି ସର୍କୁଲାର ଜାରି ହୋଇଛି ।

ଏହାର ମାଷ୍ଟରମାଇଣ୍ଡ ସୈଫ ଦିଲ୍ଲୀର ଶାହୀନବାଗ ଅଞ୍ଚଳରେ ରହୁଥିବା ବେଳେ ତାଙ୍କର ସ୍ଥାୟୀ ଘର ହେଉଛି ବିହାରର ବେତିଆ ଜିଲାରେ ବୋଲି ଜଣାପଡିଛି । ସେହିପରି ସେ ଦୁବାଇରୁ ପୂରା ଅପରେସନକୁ ପରିଚାଳନା କରୁଥିଲେ । ଇଓଡବ୍ଲୁ ସୂଚନା ଅନୁଯାୟୀ, ସେ ଓଡ଼ିଶାର ପ୍ରାୟ ୮୦୦ରୁ ଅଧିକ ଲୋକଙ୍କୁ ନିଜ ଜାଲରେ ଫସାଇଛନ୍ତି । ସେହିପରି ପୂରା ଭାରତ କଥା ହିସାବକୁ ନେଲେ ତାଙ୍କ ଦେଢ଼ ଲକ୍ଷ ଲୋକଙ୍କୁ ସେ ଗେମ୍‌ରେ ଫସାଇ ଟଙ୍କା ହରି ଲୁଟ କରିଛନ୍ତି । ଠକ ସଂସ୍ଥା ବିରୋଧରେ ଗଞ୍ଜାମ ଜିଲ୍ଲାର ପ୍ରଥମେ ଅଭିଯୋଗ ହୋଇଥିଲା ।

୧୮ଫୁଟବଲ.କମ୍ ଗେମଗିଂ ଆପ ମାଧ୍ୟମରେ ମୋଟା ଅଙ୍କର ଟଙ୍କା ରୋଜଗାର କରିବାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକା ଯାଇଛି । ଏହି ଆପ୍‌ରେ ପୁଞ୍ଜି ନିବେଶ ପାଇଁ ଲୋକଙ୍କୁ ସୈଫ ଏବଂ ତାଙ୍କ ଟିମ୍ ଲୋଭନୀୟ ଅଫର ଦେଉଥିଲେ । ଏପରି କି ପ୍ରତିଦିନ ୩%ରୁ ଅଧିକ ରିଟର୍ଣ୍ଣ ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଏହି ଲୋଭର ବଶବର୍ତ୍ତୀ ହୋଇ ସଂସ୍ଥା ୱେବ୍‌ସାଇଟ୍‌ରେ ଲୋକମାନେ ନିଜର ଆକାଉଣ୍ଟ ଖୋଲୁଥିଲେ । ସମସ୍ତଙ୍କୁ ରେଫରାଲ କିମ୍ବା ସିଧା ସଳଖ ଆପରେ ଲଗଇନ କରିବାକୁ କୁହଯାଉଥିଲା ।

ଖେଳ ଜାଣି ନଥିଲେ ବିଦେଶୀ ଗାଇଡ୍ ଯୋଗାଇ ଦିଆଯାଉଥିଲା । ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ପ୍ରଥମେ କିଛି ଦିନ ଟଙ୍କା ଫେରସ୍ତ କରାଯାଇଥିଲା । ଏହା ଦେଖି ଲୋକମାନେ ମଧ୍ୟ ଆପ ଉପରେ ବିଶ୍ୱାସ କରିଥିଲେ । ଅଧିକ ଲାଭ ପାଇବା ପାଇଁ ଅଧିକ ଟଙ୍କା ମଧ୍ୟ ନିବେଶ କରିଥିଲେ । ଅଧିକ ଟଙ୍କା ନିବେଶ ପରେ ସୈଫ ଏବଂ ତାଙ୍କ ସହଯୋଗୀ ସେସବୁ ନେଇ ଫେରାର ହୋଇଯାଇଛନ୍ତି । ତେବେ ଏହାର ଦୁଇ ନିର୍ଦ୍ଦେଶକଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା ।

ତେବେ ସେମାନେ ସବୁ କିଛି ଦୁବାଇରୁ ଅପରେସନ କରୁଥିବା ସୈଫ ନିର୍ଦ୍ଦେଶ ଦେଉଥିଲେ । ଅର୍ଥନୀତିକ ଅପରାଧ ଶାଖା ଏଯାଏ ୩୦୦ କୋଟି ଟଙ୍କା ନେଣଦେଣର ଟେର ପାଇଛି । ତେଣୁ ମାଷ୍ଟରମାଇଣ୍ଡ ସୈଫଙ୍କୁ ଧରିବା ପାଇଁ ଲୁକ ଆଉଟ ସର୍କୁଲାର ଜାରି କରାଯାଇଛି । ସୈଫଙ୍କ ସମ୍ପର୍କରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ ବୋଲି ମଧ୍ୟ ଇଓଡବ୍ଲ୍ୟୁ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking