ରାଞ୍ଚି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଙ୍ଗିଆକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଝାଡ଼ଖଣ୍ଡର ଏକ ଅଦାଲତରେ ମାନହାନି ମାମଲା ରୁଜୁ ହୋଇଥିଲା । ବ୍ୟକ୍ତିଗତଭାବେ ହାଜର ହେବାକୁ ମଧ୍ୟ ରାହୁଲଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବ୍ୟକ୍ତିଗତଭାବେ ହାଜର ନ ହେବାକୁ ରାହୁଲ ଯେଉଁ ଆବେଦନ କରିଥିଲେ, ତାହାକୁ ଏମ୍ପି-ଏମଏଲଏ କୋର୍ଟ ମେ’ ୩ରେ ଖାରଜ କରିଦେଇଥିଲେ ।
ଏହାର ପ୍ରତିବାଦରେ ରାହୁଲ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବ୍ୟକ୍ତିଗତଭାବେ ହାଜର ହେବାକୁ ରାହୁଲ ଅଧିକ ସମୟ ଲୋଡିଛନ୍ତି । ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪କୁ ଧାର୍ଯ୍ୟ କରିଛନ୍ତି । ଫଳରେ ରାହୁଲଙ୍କୁ ଏହି ମାମଲାରେ ୧୫ ଦିନ ମହଲତ ମିଳିଛି ।