25.9 C
Bhubaneswar
Tuesday, April 7, 2026
Homeଓଡିଶାଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ ମାମଲା; ୧୦ ଲକ୍ଷ କ୍ଷତିପୂରଣ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ ମାମଲା; ୧୦ ଲକ୍ଷ କ୍ଷତିପୂରଣ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

କଟକ: କଟକ ବୁଲିବାକୁ ଆସି ଡ୍ରେନ୍‌ରେ ପଡ଼ି ମୃତ୍ୟୁବରଣ କରିଥିବା ୨୨ ବର୍ଷିୟ ଯୁବକ ରାହୁଲ ଖଟିକ୍‌ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଡ଼ିଶା ମାନବିକ ଅଧିକାର ଅ।ୟୋଗ (ଓଏଚ୍‌ଅ।ର୍‌ସି) ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୂର୍ବରୁ କୌଣସି ସହାୟତା ପ୍ରଦାନ କରାଯାଇଥିଲେ ତାହାକୁ ବାଦ୍ ଦେବା ପରେ ଅବଶିଷ୍ଟ କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ ଅ।ୟୋଗ ସ୍ପଷ୍ଟ କରିଛନ୍ତି। ଓଏଚ୍‌ଅ।ର୍‌ସିଙ୍କ ଅ।ଦେଶ ପାଇବାର ୨ ମାସ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଓଏଚ୍‌ଅ।ର୍‌ସି ସଦସ୍ୟ ଅସୀମ ଅମିତାଭ ଦାଶ ଏନେଇ ରୁଜୁ ମାମଲାର ରାୟ ପ୍ରକାଶ କରି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ପୁରୀ ମାଉସୀ ମା’ ମନ୍ଦିର ନିକଟରେ ରହୁଥିବା ମୃତ ରାହୁଲ ଖଟିକ୍ କଟକ ନିମସାହିରେ ରହୁଥିବା ତାଙ୍କ ସମ୍ପର୍କିୟଙ୍କ ଘରକୁ ୨୦୨୩ ଜୁଲାଇ ୧୫ ତାରିଖରେ ବୁଲିବାକୁ ଅ।ସିଥିଲେ। ତେବେ କଟକରେ ରହଣୀ ସମୟରେ ପ୍ରବଳ ବର୍ଷା ଯୋଗୁଁ ଡ୍ରେନ୍‌ରେ ଚାଲିଥିବା ପ୍ରବଳ ସୁଅରେ ରାହୁଲ ଗୋଡ଼ ଖସିଯାଇ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲରେ ଭ ିର୍ କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସେତେବେଳେ କଟକ ମହାନଗର ନିଗମ ୩୦,୦୦୦ ଟଙ୍କାର ସହାୟତା ରାଶି ମୃତକଙ୍କ ପରିବାରକୁ ପ୍ରଦାନ କରିଥିଲା। ଏଥିସହ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ସିଏମ୍‌ସି ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲା। ତେବେ ଏହାକୁ ନେଇ ଅ।ଇନ୍‌ଜୀବୀ ପ୍ରବୀର କୁମାର ଦାସ ଓଏଚ୍‌ଅ।ର୍‌ସିରେ ଏକ ମାମଲା ଦାୟର କରିଥିଲେ। ଉକ୍ତ ମାମଲାର ବିଚାର କରି ଓଏଚ୍‌ଅ।ର୍‌ସି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking