29.1 C
Bhubaneswar
Saturday, October 5, 2024
Homeଖେଳସୁପରବେଟ୍ ଟାଇଟଲ୍ ବଜାୟ ରଖିଲେ କାରୁଆନା

ସୁପରବେଟ୍ ଟାଇଟଲ୍ ବଜାୟ ରଖିଲେ କାରୁଆନା

ବୁଖାରେଷ୍ଟ : ବିଶ୍ୱର ନଂ. ୨ ଚେସ୍ ଖେଳାଳି ଆମେରିକାର ଫାବିଆନୋ କାରୁଆନା ତିନି ର‌୍ୟାପିଡ୍ ଗେମ୍ ଜିତି ସୁପରବେଟ୍ କ୍ଲାସିକ୍‌ରେ ସଫଳତାପୂର୍ବକ ନିଜ ଟାଇଟଲ୍ ବଜାୟ ରଖିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର୍ ଆର୍ ପ୍ରଜ୍ଞାନନ୍ଦ ଏବଂ ଡି ଗୁକେଶଙ୍କୁ ଚାରି ଖେଳାଳିଙ୍କ ମଧ୍ୟରେ ଖେଳାଯାଇଥିବା ଟାଇବ୍ରେକର୍‌ରେ ପରାଜିତ ହେବାକୁ ପଡ଼ିଛି । କାରୁଆନା କ୍ଲାସିକାଲ୍ ଫର୍ମାଟ୍‌ରେ ନେଦରଲାଣ୍ଡର୍‌ର ଅନୀଶ ଗିରିଙ୍କ ଠାରୁ ପରାଜିତ ହେବାପରେ ଗୁକେଶ, ପ୍ରଜ୍ଞାନନ୍ଦ ଏବଂ ଫ୍ରାନ୍ସର ଅଲିରେଜା ଫିରୌଜା ତାଙ୍କ ସମକକ୍ଷ ହୋଇଯିବାରୁ ମ୍ୟାଚ୍ ରୋଚକ ହୋଇ ହୋଇଯାଇଥିଲା । ପ୍ରଜ୍ଞାନନ୍ଦ ମୁଖ୍ୟ ବାଜିରେ ଏକଦା ଅଲିରେଜାଙ୍କ ସାମ୍ନାରେ ଅଡ଼ୁଆ ସ୍ଥିତିରେ ପଡ଼ିଯାଇଥିଲେ । ଯଦି ଫ୍ରାନ୍ସ ଖେଳାଳି କ୍ଲାସିକାଲ୍ ରାଉଣ୍ଡ୍‌ର ଏହି ବାଜିରେ ବିଜୟୀ ହୋଇଥାନ୍ତେ, ତେବେ କାରୁଆନାକୁ ଟପି ଯାଇଥାନ୍ତେ ଏବଂ ଟାଇବ୍ରେକର୍‌ର ଆବଶ୍ୟକତା ପଡ଼ିନଥାନ୍ତା । ମାତ୍ର କାରୁଆନା ପରାଜିତ ହେବା ସହିତ ଗୁକେଶ ଓ ପ୍ରଜ୍ଞାନନ୍ଦ ନିଜ ନିଜ ବାଜି ଡ୍ର’ ରଖିଥିଲେ । ଫଳରେ ବିଜେତା ନିର୍ଣ୍ଣୟ ପାଇଁ ଚାରି ଖେଳାଳିଙ୍କ ମଧ୍ୟରେ ଟାଇବ୍ରେକର୍‌ର ସ୍ଥିତି ଉତ୍ପନ୍ନ ହୋଇଥିଲା । ମାତ୍ର ଟାଇବ୍ରେକର୍ ମାଷ୍ଟର୍ ଭାବେ ଜଣାଶୁଣା କାରୁଆନା ନିଜର ତିନି ପ୍ରତିଦ୍ୱନ୍ଦ୍ୱୀ ଗୁକେଶ, ପ୍ରଜ୍ଞାନନ୍ଦ ଏବଂ ଅଲିରେଜାଙ୍କୁ ହରାଇ ଟାଇଟଲ୍ ହାତେଇଛନ୍ତି । ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟ୍‌ର ନିଜର ପ୍ରଥମ ପରାଜୟ ଆଡ଼କୁ ମୁହାଁଇଥିବା ପ୍ରଜ୍ଞାନନ୍ଦ ଫ୍ରାନ୍ସ ଖେଳାଳି ଅଲିରେଜାଙ୍କ ଗୋଟିଏ ତ୍ରୁଟି ପାଇଁ ବାଜି ଡ୍ର’ କରିବାରେ ସଫଳ ହୋଇଥିଲେ । ସେହିପରି ୱେସ୍‌ଲି ସୋ’ଙ୍କ ସହ ପଏଣ୍ଟ୍ ଭାଗକରି ଗୁକେଶ ଟାଇବ୍ରେକର୍ ଖେଳିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking