24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଗଛରେ ପିଟିହେଲା ବରଯାତ୍ରୀ ଗାଡି; ଚାଲିଗଲା ୬ଜଣଙ୍କ ଜୀବନ

ଗଛରେ ପିଟିହେଲା ବରଯାତ୍ରୀ ଗାଡି; ଚାଲିଗଲା ୬ଜଣଙ୍କ ଜୀବନ

ରାଞ୍ଚି: ଝାଡଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବରଯାତ୍ରୀ ଗାଡି । ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳ ସମୟରେ ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ବାଘମରା ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମୁଫାସିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇଛି । ସେମାନଙ୍କ ମଧ୍ୟରେ ୨ ଶିଶୁ ରହିଛନ୍ତି । ଅନ୍ୟପଟେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଡାକ୍ତରଖାନାକୁ ଅଣାଯାଇଛି । ପୋଲିସର କହିବା ଅନୁୟାୟୀ, ସ୍କର୍ପିଓ ଗାଡିଟି ଦ୍ରୁତବେଗରେ ଥିବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଏହାପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରେ ଥିବା ଲୋକଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ । ଏନେଇ ସେମାନେ ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନା ପଠାଇଥିଲା । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି । ସୂଚନା ଅନୁଯାୟୀ, ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ଟିକୋଡିହ ନିବାସୀ ପପୁ ଅନସାରୀଙ୍କ ଝିଅ ମୁସ୍କାନ ପ୍ରବୀଣଙ୍କ ସହ ମୋହଦ୍ ଫାରୁକ୍ ଅନସାରୀଙ୍କ ପୁଅ ଚାନ୍ଦ ରସିଦଙ୍କ ବିବାହ ସ୍ଥିର ହୋଇଥିଲା । ନଭେମ୍ବର ୧୭ ତାରିଖରେ ବିବାହ ଧାର୍ଯ୍ୟ ହୋଇଥିଲା । ବିବାହ ଦିନ ଥୋରିଆରୁ ପୁଅ ଘରୁ ବରଯାତ୍ରୀ ବାହାରି ଟିକୋଡିହରେ ପହଞ୍ଚିଥିଲା । ବିବାହ ସରିବା ପରେ ପ୍ରାୟ ୧୦ ଜଣ ବରଯାତ୍ରୀ ସ୍କର୍ପିଓରେ ଥୋରିଆ ଅଭିମୁଖେ ଯାଉଥିଲେ । ସେମାନଙ୍କ ସହ ୨ ଶିଶୁ ମଧ୍ୟ ଥିଲେ ।

ଗାଡିଟିର ବେଗ ଅଧିକ ଥିବାରି ଭାରସାସ୍ୟ ହରାଇ ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଗଛରେ ପିଟି ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୨ ଶିଶୁ ସମେତ ୭ ଜଣ ଆହତ ହୋଇଥିଲେ । ଆହତହ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜମେ ଆହତଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଜିଲ୍ଲା ଉପାଧ୍ୟକ୍ଷ ଅସଗର ଅନସାରୀଙ୍କ ପୁତୁରା ଅସଗର ଅନସାରୀଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ମୃତକ ହେଉଛନ୍ତି ୭୦ ବର୍ଷିୟ ୟୁସୁଫ୍ ମିଆନ୍ ଗଜୋଡିହ, ୫୫ ବର୍ଷିୟ ଇମତିଆଜ୍ ଅନସାରୀ ଓ ୩୫ ବର୍ଷିୟା ସୁଭାନ୍ ଅନସାରୀ ଗଜୋଡିହ । ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସମ୍ପର୍କରେ ଖବର ପାଇବା ପରେ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ନରେଶ ବର୍ମା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking