32.1 C
Bhubaneswar
Saturday, April 4, 2026
Homeଦେଶ ବିଦେଶକୂଅରେ ପଡିଲା କାର: ୯ ମୃତ

କୂଅରେ ପଡିଲା କାର: ୯ ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ର ନାସିକରେ ବଡ ଅଘଟଣ । କୂଅରେ କାର ଖସି ପଡିଯିବାରୁ ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଶିବାଜୀ ନଗର ଦିଣ୍ଡୋରିରେ ଘଟିଛି ଅଘଟଣ ।ସୂଚନା ଅନୁସାରେ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ କାରଟି ଭାରସାମ୍ୟ ହରାଇ ଏକ ବିଶାଳ କୂଅକୁ ଖସିପଡିଥିଲା । ଫଳରେ ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା ଏବଂ ଦୁଇଜଣ ମହିଳା ଅଛନ୍ତି । ସୂଚନା ପାଇ ଦମକଳ ବାହିନୀ ପହଞ୍ଚିବା ପରେ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ସମସ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କାରଟିକୁ କ୍ରେନ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା । ରାତିର ଅନ୍ଧାରରେ ପୀଡିତମାନଙ୍କୁ କୂଅରୁ ବାହାର କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking