27.1 C
Bhubaneswar
Friday, June 28, 2024
Homeଓଡିଶାକାର ଉପରରୁ ବୋମାମାଡ ଘଟଣା, ୨ ଗିରଫ

କାର ଉପରରୁ ବୋମାମାଡ ଘଟଣା, ୨ ଗିରଫ

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଭୁବନେଶ୍ୱର ରାସ୍ତା ଉପରେ ଏକ ସ୍କର୍ପିଓ କାର ଉପରକୁ ହୋଇଥିବା ବୋମାମାଡ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ଗିରଫ ହେଲେ  ମଞ୍ଚେଶ୍ୱର ଥାନା ଅଞ୍ଚଳର ଉଦିତ୍ ନାରାୟନ ପ୍ରଧାନ(୨୬) ଏବଂ ଏୟାଫିଲ୍ଡ ଥାନା ଅଞ୍ଚଳର ସେହନାଜ୍ ମଲ୍ଲିକ ଓରଫ ମୁଫି(୨୪) । ସୂଚନାଯୋଗ୍ୟ ଯେ, ଗତ ମାସ ୨୭ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ନୂଆ ରୋଡ଼ରେ ବୋମାମାଡ ହୋଇଥିଲା । ଫଳରେ ସ୍କର୍ପିଓ କାର ଭାଙ୍ଗିଯାଇଥିବା ବେଳେ ଜଣକ ଗୁରୁତର ଆହତ ହୋଇଥିଲେ । ଏହାପରେ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରି ଆଜି ଉକ୍ତ ଦୁଇ ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ସେମାନଙ୍କୁ ପଚରାଉଚରା କରିବା ପରେ ପୁଲିସ ଜାଣିବାକୁ ପାଇଛି ଯେ, ପୂର୍ବ ଶତ୍ରୁତାକୁ କାରଣରୁ ଏହି ଆକ୍ରମଣ ହୋଇଥିଲା । ସେମାନେ ତାଙ୍କ ଅପରାଧ ସ୍ୱୀକାର କରିବାରୁ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking