33.1 C
Bhubaneswar
Saturday, October 5, 2024
Homeଓଡିଶାରାଜଧାନୀ ହିଟ୍‌ ଆଣ୍ଡ ରନ୍ ମାମଲା: ଅଭିଯୁକ୍ତ ବିକାଶ ପାଲ୍‌କୁ ଗିରଫ କଲା ପୋଲିସ

ରାଜଧାନୀ ହିଟ୍‌ ଆଣ୍ଡ ରନ୍ ମାମଲା: ଅଭିଯୁକ୍ତ ବିକାଶ ପାଲ୍‌କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ହିଟ୍ ଆଣ୍ଡ ରନ୍ ମାମଲା। ଗିରଫ ହେଲେ କାର୍ ମାଲିକ। ଭୁବନେଶ୍ୱରରୁ ଅଭିଯୁକ୍ତ ବିକାଶ ପାଲ୍‌କୁ ଗିରଫ କଲା ପୋଲିସ । ଆଠଗଡ଼ରୁ ଭୁବନେଶ୍ୱର ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାଜମହଲ ଫୁଟପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା କାର୍। ନିଜେ କାର୍ ମାଲିକ ବିକାଶ ପାଲ୍‌ ହିଁ ବେପରୁଆ ଭାବେ ଗାଡ଼ି ଚଳାଉଥିଲେ। ରାଜଧାନୀରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି ବିକାଶ୍ ପାଲ୍ ।

ସୂଚନା ଅନୁସାରେ ବିକାଶ୍ ପାଲ୍ ଚଲାଉଥିବା କାର ପ୍ରଥମେ ଡିଭାଇଡରରେ ପିଟି ହୋଇ ଫୁଟପାଥ୍‌ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଏପରିକି ଶ୍ରମିକଙ୍କୁ କିଛି ଦୂର ଘୋଷାଡି ବି ନେଇଥିଲା। ଏହି ଦୁର୍ଘଟଣା ଘଟାଇ ଦ୍ରୁତଗତିରେ କାରକୁ ଧରି କଳ୍ପନା ଛକ ଦେଇ ଲିଙ୍ଗିପୁର ଖସିପଳାଇଥିଲା ଅଭିଯୁକ୍ତ ଡ୍ରାଇଭର । ଲିଙ୍ଗିପୁର ବାଙ୍କୁଆଳ ନଦୀବନ୍ଧରେ ଗାଡ଼ି ଛାଡ଼ି ଡ୍ରାଇଭର ଖସିପଳାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking