28.1 C
Bhubaneswar
Sunday, September 29, 2024
Homeଅପରାଧରାଜଧାନୀ ବସ୍ତିରେ ଆତଙ୍କରାଜ : ଦିବାଲୋକରେ ବୁଲିଲା ଖଣ୍ଡା

ରାଜଧାନୀ ବସ୍ତିରେ ଆତଙ୍କରାଜ : ଦିବାଲୋକରେ ବୁଲିଲା ଖଣ୍ଡା

ଭୁବନେଶ୍ୱର : ରାଜଧାନୀରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିବାରେ ଲାଗିଛି । ଦୁର୍ବୃତ୍ତମାନେ ପୁଲିସକୁ ମଧ୍ୟ ଖାତିର କରୁନାହାନ୍ତି । ସ୍ପଷ୍ଟ ଦିବାଲୋକରେ ଲୋକଙ୍କୁ ଖଣ୍ଡା ଦେଖାଇ ଆତଙ୍କ ସୃଷ୍ଟି କରୁଛନ୍ତି । ବିଶେଷ କରି ବସ୍ତି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳୁଛି । ବାପୁଜୀ ନଗର କେଦାରପଲ୍ଲି ବସ୍ତିରେ ରବିବାର କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିବା ସହ ଧମକ ଦେଉଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକ ସବୁ ଦେଖି ସୁଦ୍ଧା ଚୁପ୍ ରହିଥିବା ଦେଖିବାକୁ ମିଳିଥିଲା । ପରେ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତମାନେ ଧମକାଇ ଥିବାବ୍ୟକ୍ତି ଜଣକ ପରେ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ପୁଲିସ ଏହାର ତଦନ୍ତ ଚଳାଇ ଥିବା ଜଣାପଡ଼ିଛି । ସୂଚନା ମୁତାବକ ଦୁର୍ବୃତ୍ତମାନେ ଗୋଟିଏ ପରିବାରକୁ ଘର ଛାଡ଼ି ପଳାଇବା ପାଇଁ ଧମକ ଚମକ ଦେଉଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking