26.1 C
Bhubaneswar
Saturday, October 19, 2024
Homeଓଡିଶାହାଇକୋର୍ଟରେ କର୍କଟ ରୋଗୀଙ୍କ ଚିକିତ୍ସା ମାମଲା; କ୍ୟାପିଟାଲ ହସ୍‌ପିଟାଲରେ ହେବ ସ୍ୱତନ୍ତ୍ର କ୍ୟାନସର୍ ଉଇଙ୍ଗ୍‌

ହାଇକୋର୍ଟରେ କର୍କଟ ରୋଗୀଙ୍କ ଚିକିତ୍ସା ମାମଲା; କ୍ୟାପିଟାଲ ହସ୍‌ପିଟାଲରେ ହେବ ସ୍ୱତନ୍ତ୍ର କ୍ୟାନସର୍ ଉଇଙ୍ଗ୍‌

କଟକ: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର କ୍ୟାନ୍‌ସର ଉଇଙ୍ଗ ପ୍ରତିଷ୍ଠା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ହାଇକୋର୍ଟଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତ୍ୟପାଠ ଜରିଆରେ ଅବଗତ କରାଯାଇଛି । ମୁଖ୍ୟ ବିଚାରପତି ଡକ୍ଟର ଏସ୍ .ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟରେ କର୍କଟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ପ୍ରସଙ୍ଗରେ ହାଇକୋର୍ଟରେ ରୁଜୁ ମାମଲାର ଆଜି ଶୁଣାଣି କରିଥିଲେ । ଶୁଣାଣି ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସତ୍ୟପାଠରେ ଏବେ ବାଲେଶ୍ୱର ଓ ବ୍ରହ୍ମପୁରରେ ପେଟ୍ ସିଟି ସ୍କାନ ସମ୍ଭବ ନୁହେଁ ବୋଲି ଦର୍ଶାଯାଇଛି । ପେଟ୍ ସିଟି ସ୍କାନ ଚିକିତ୍ସା ପାଇଁ ସାଇକ୍ଲୋଟ୍ରନ ଆବଶ୍ୟକ ହୋଇଥାଏ ।

ଏହି ସାଇକ୍ଲୋଟ୍ରନ ସାଧାରଣତଃ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଓ କୋଲକତାରୁ ଆସିଥାଏ । ଏଥିସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କର୍କଟ ରୋଗୀଙ୍କ ଚିକିତ୍ସା ଏହାଦ୍ୱାରା କରାଯାଏ । ମାତ୍ର ନିକଟରେ ଏୟାର ପୋର୍ଟ ନଥିବାରୁ ସାଇକ୍ଲୋଟ୍ରନ ଅଣାଯିବାରେ ସମସ୍ୟା ରହିଛି । ସେ ଦୃଷ୍ଟିରୁ ବାଲେଶ୍ୱର ଓ ବ୍ରହ୍ମପୁରରେ ଏବେ ଏହି ଚିକିତ୍ସା ସମ୍ଭବ ନୁହେଁ ବୋଲି ସତ୍ୟପାଠରେ କାରଣ ଦର୍ଶାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ ତାରିଖକୁ ଧାର୍ଯ୍ୟ ହୋଇଛି । ଆବେଦନକାରୀ ଅନିତା ବୁଦ୍ଧିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ଓ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ଏବଂ ଆଚାର୍ଯ୍ୟ ହରିହର ପିଜି କର୍କଟ ରୋଗ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଛନ୍ତି ।

ଆବେଦନକାରୀ ଅନିତା ବୁଦ୍ଧିଆ କର୍କଟ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ଓ ପରୀକ୍ଷା ବ୍ୟବସ୍ଥାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ସେହିପରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ପକ୍ଷରୁ କର୍କଟ କେନ୍ଦ୍ରର ବ୍ୟାପକ ଅବ୍ୟବସ୍ଥାକୁ ନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking