22.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶବିମାନ ଟିକେଟ ବାତିଲ କରିବା ମହିଳାଙ୍କୁ ପଡ଼ିଲା ମହଙ୍ଗା

ବିମାନ ଟିକେଟ ବାତିଲ କରିବା ମହିଳାଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ହରିୟାଣାର ଗୋହାନା କାଠମଣ୍ଡିରେ ରହୁଥିବା ଜଣେ ମହିଳାଙ୍କୁ ବିମାନ ଟିକେଟ ଅନଲାଇନରେ ବାତିଲ କରିବା ମହଙ୍ଗା ପଡ଼ିଛି । ସାଇବର ଠକ ମହିଳାଙ୍କ ଖାତାରୁ ଦୁଇଥର ଟଙ୍କା ଉଠାଇ ପାଖାପାଖି ୧ଲକ୍ଷ ଟଙ୍କା ବାହାର କରି ନେଇଛନ୍ତି । ପୀଡିତା ମହିଳା ଏହି ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ ଯାଞ୍ଚ ଆରମ୍ଭ କରିଛି । ଏହି ମାମଲାର ଯାଞ୍ଚ କରୁଥିବା ଅଧିକାରୀ ଏଏସଆଇ ଦିନେଶ କୁମାର କହିଛନ୍ତି, କାଠ ମଣ୍ଡିରେ ରହୁଥିବା ପାର୍ବତୀଙ୍କ ବିବାହ ବେଙ୍ଗାଲୁରୁରେ ହୋଇଥିଲା ।

କିଛିଦିନ ପୂର୍ବରୁ ସେ ନିଜ ବାପା-ମା’ଙ୍କୁ ଭେଟିବାକୁ ଗୋହାନା ଆସିଥିଲେ । ପୁଣିଥରେ ନିଜ ଶାଶୁଘରକୁ ଯିବା ପାଇଁ ମହିଳା ଦିଲ୍ଲୀରୁ ବେଙ୍ଗାଲୁରୁ ଟିକେଟ କାଟିଥିଲେ । ଏକ ଜରୁରୀ କାମ ଆସି ଯିବାରୁ ସେ ଯିବା ତାରିଖ ବଦଳାଇ ଦେଇଥିଲେ । ତେଣୁ ସେ ଅନଲାଇନ ଜରିଆରେ ନିଜର ବିମାନ ଟିକେଟ ବାତିଲ କରିଥିଲେ । ଏହି ସମୟରେ ସେ ସାଇବର ଠକଙ୍କ ଜାଲରେ ପଡ଼ି ଯାଇଥିଲେ । ସାଇବର ଠକ ମହିଳାଙ୍କ ହ୍ୱାଟସ ଆପରେ ଏକ ଲିଙ୍କ ପଠାଇଥିଲେ । ଆଉ ଏହି ଲିଙ୍କରେ ଆସିଥିବା ଓଟିପି ଦେବାକୁ କହିଥିଲେ । ଏହାପରେ ଭିନ୍ନଭିନ୍ନ ଦୁଇଟି ଟ୍ରାନଜାକସନ କରି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକଲକ୍ଷ ଟଙ୍କା ଉଠାଇନେଇଥିଲେ ସାଇବର ଠକ । ଯେତେବେଳେ ମହିଳା ଠକେଇର ଶିକାର ହୋଇଥିବା କଥା ଜାଣିଲେ, ସେ ତୁରନ୍ତ ପୁଲିସରେ ଖବର ଦେଇଥିଲେ । ମହିଳାଙ୍କ ଅଭିଯୋଗ ମୁତାବକ ପୁଲିସ ଯାଞ୍ଚ ଆରମ୍ଭ କରିବା ସହିତ ଠକଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking