27.1 C
Bhubaneswar
Thursday, June 27, 2024
Homeଦେଶ ବିଦେଶ୧୮ ବର୍ଷ ପରେ ଅଲଗା ହେଲେ କାନାଡା ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀ

୧୮ ବର୍ଷ ପରେ ଅଲଗା ହେଲେ କାନାଡା ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀ

ଓଟାୱା: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବାହ ବିଚ୍ଛେଦ ହୋଇଛି । ବିବାହର ଦୀର୍ଘ ୧୮ ବର୍ଷ ପରେ ଟ୍ରୁଡୋ ଏବଂ ତାଙ୍କର ପତ୍ନୀ ସୋଫି ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୟାନ ଜାରି କରାଯାଇ କୁହାଯାଇଛି, ଦୁହେଁ ବିବାହ ବିଚ୍ଛେଦ ପାଇଁ ଆଇନଗତ ରାଜିନାମାରେ ଦସ୍ତଖତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ପତ୍ନୀ ସୋଫି ଟ୍ରୁଡୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ, ଅନେକ ଗୁରୁତ୍ୱପୂର୍ଣ୍ଣ ଓ ଜଟିଳ ଆଲୋଚନା ପରେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । ୫୧ ବର୍ଷୀୟ ଜଷ୍ଟିନ ଟ୍ରୁଡୋ ୨୦୧୫ ମସିହାରେ କାନାଡାର ୨୩ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସୋଫି ଟ୍ରୁଡୋ ଜଣେ ମଡେଲ ସହ ଟିଭି ଉପସ୍ଥାପିକା ଥିଲେ । ୨୦୦୫ରେ ଜଷ୍ଟିନ ଟ୍ରୁଡୋ ସୋଫି ଗ୍ରେଗୋଇରଙ୍କୁ ବିବାହ କରିଥିଲେ । ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି ।

ତିନି ସନ୍ତାନ ହେଲେ ୧୫ ବର୍ଷୀୟ ଜାଭିଓ, ୧୪ ବର୍ଷିୟୀ ଏଲାଗ୍ରେସ ଓ ୯ ବର୍ଷୀୟ ହାଡ୍ରାଇନ । କୁହାଯାଏ ଯେ, ସୋଫି ପିଲାଟି ବେଳୁ ଜଷ୍ଟିନ ଟ୍ରୁଡୋଙ୍କୁ ଜାଣିଥିଲେ । କାରଣ ସେ ତାଙ୍କର ସାନ ଭାଇ ମାଇକେଲଙ୍କ କ୍ଲାସମେଟ ଥିଲେ । ପ୍ରଧାନମନ୍ତ୍ରୀ ଟ୍ରୁଡୋ ଓ ସୋଫି ଇନଷ୍ଟାଗ୍ରାମରେ କହିଛନ୍ତି ଯେ, ଆମେ କ୍ଲୋଜ ଫ୍ୟାମିଲି ଭାବେ ରହିବା ସହ ନିଜର ପିଲାଙ୍କୁ ସ୍ନେହ, ସୌହାର୍ଦ୍ଦପୂର୍ଣ୍ଣ ଓ ନିରାପଦ ପରିବେଶରେ ଲାଳନ ପାଳନ କରିବାକୁ ଧ୍ୟାନ ଦେଇଛୁ । ଆସନ୍ତା ସପ୍ତାହରେ ଥିବା ଛୁଟି ସମୟରେ ସପରିବାର ପୁଣି ଏକାଠି ହେବେ । ଏହାସହିତ ସେମାନଙ୍କର ଗୋପନୀୟତାକୁ ସମ୍ମାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ବିବାହ ବିଚ୍ଛେଦ ପରେ ଟ୍ରୁଡୋ ଓଟୱା ସ୍ଥିତ ରିଡେୟୁ କଟେଜରେ ରହିବେ ବୋଲି ସୂଚନା ମିଳିଛି, ଯେଉଁଠି ୨୦୧୫ରେ ସେ ରହିଆସୁଛନ୍ତି । ଜଷ୍ଟିନ ଟ୍ରୁଡୋଙ୍କ ବାପା ବିୟରେ ଟ୍ରୁଡୋ ୧୯୭୯ରେ ନିଜର ପତ୍ନୀ ମାର୍ଗରେଟଙ୍କ ଠାରୁ ଅଲଗା ହୋଇଥିଲେ । ୧୯୮୪ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା । ଏବେ ପୁଅ ମଧ୍ୟ ଦୀର୍ଘ ୧୮ ବର୍ଷର ବୈବାହିକ ସମ୍ପର୍କର ଅନ୍ତ ଘଟାଇ ପତ୍ନୀଙ୍କ ଠାରୁ ଅଲଗା ହେବାକୁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking