19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶକର୍ପୂରରେ ରହିଛି ଅନେକ ଚମତ୍କାରୀ ଗୁଣ, ଦୂର କରିଥାଏ ଶରୀରର ଅନେକ ସମସ୍ୟା

କର୍ପୂରରେ ରହିଛି ଅନେକ ଚମତ୍କାରୀ ଗୁଣ, ଦୂର କରିଥାଏ ଶରୀରର ଅନେକ ସମସ୍ୟା

ନୂଆଦିଲ୍ଲୀ: ସାଧାରଣତଃ କର୍ପୂର ଠାକୁରଙ୍କ ପୂଜାରେ ବ୍ୟବହାର କରାଯାଇଥାଏ। ଏଥିସହ ଘରେ ଏହାର ଧୂଆଁ ଦେବା ଦ୍ୱାରା ସକାରାତ୍ମକ ପ୍ରଭାବ ପଡିଥାଏ। କିନ୍ତୁ ପୋଷକ ତତ୍ତ୍ୱରେ ଭରପୁର ଥିବା କର୍ପୂର ତ୍ୱଚା ଏବଂ କେଶର ସମସ୍ୟା ଦୂର କରିବାରେ ଲାଭକାରୀ ହୋଇଥାଏ, ଯାହା ବିଷୟରେ ଖୁବ୍‌ କମ ଲୋକ ଜାଣିଥିବେ। ଏହାକୁ କେଶରେ ଲଗାଇବା ଦ୍ୱାରା କେଶ ଝଡିବା, ରୂପି ସମସ୍ୟା, କୁଣ୍ଡେଇ ହେବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିସହ ତ୍ୱଚା ଜନିତ ସମସ୍ୟା ବ୍ରଣ, ଦାଗ, ସନଟ୍ୟାନ୍‌ ସମସ୍ୟା ଦୂର କରିବା ସହ ତ୍ୱଚା କୋମଳ କରିଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କିପରି କରିବେ ବ୍ୟବହାର।

ଆମେ ଚମକପୂର୍ଣ୍ଣ ତ୍ୱଚା ପାଇବା ପାଇଁ ଅନେକ ଉପାୟକୁ ଆପଣେଇଥାଉ । ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଥିଲେ କର୍ପୂରକୁ ନଡିଆ ତେଲରେ ମିଶାଇ ଚେହେରାରେ ମସାଜ୍‌ କରନ୍ତୁ। ଯଦି ଶରୀରରେ କୌଣସି ସ୍ଥାନରେ ଖଣ୍ଡିଆ, ଘା କିମ୍ବା ଜଳିଯାଇଥାଏ ତେବେ କର୍ପୂରକୁ ପାଣିରେ ମିଶାଇ ଆଘାତ ହେଉଥିବା ସ୍ଥାନରେ ଲଗାନ୍ତୁ। ଏହା ଜ୍ୱଳନକୁ କମ୍‌ କରି ଥଣ୍ଡା ପହଁଚାଇଥାଏ।

– ପେଟ ଯନ୍ତ୍ରଣା ହେବା ଦ୍ୱାରା କର୍ପୂର, ଜୁଆଣୀ ଏବଂ ପୋଦିନାକୁ ସର୍ବତରେ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ। ଥଣ୍ଡା, ଜ୍ୱର ଏବଂ ଫସଫସ୍‌ ସମ୍ବନ୍ଧୀୟ ରୋଗରେ କର୍ପୂର ସୁଙ୍ଘିବା ଦ୍ୱାରା ଫାଇଦା ମିଳିଥାଏ।

– ପାଦ ଫାଟିଥିଲେ ଏହାର ଅଭ୍ୟର୍ଥ ଔଷଧ ହେଉଛି କର୍ପୂର। ଉଷୁମ ପାଣିରେ କର୍ପୂର ମିଶାନ୍ତୁ ଏହାପରେ ସେହି ପାଣିରେ ପାଦକୁ ବୁଡାଇ ୧୫ ରୁ ୨୦ ମିନିଟ୍‌ ରଖନ୍ତୁ ଏହାପରେ ପାଦ ଫଟାରୁ ସାମାନ୍ୟ ଆରାମ ମିଳିଥାଏ।

– ତ୍ୱଚା ଲାଲ ହୋଇଯାଇଥିଲେ କର୍ପୂରକୁ ଅଳ୍ପ ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହାପରେ ଲାଲ ପଡିଥିବା ସ୍ଥାନରେ ଲଗାନ୍ତୁ।

– କେଶ ଝଡିବା ସମସ୍ୟା ହେଉଥିଲେ କର୍ପୂର ତେଲରେ ନଡିଆ ତେଲ ମିଶାଇ ଲଗାଇବା ଦ୍ୱାରା କେଶ ଝଡିବା ଧୀରେ ଧୀରେ କମ୍‌ ହୋଇଯାଇଥାଏ। ରୂପି ସମସ୍ୟା ଥିଲେ ମଧ୍ୟ ଏହା କାମରେ ଆସିବ।

– ଆଣ୍ଠୁ ଯନ୍ତ୍ରଣାରେ କର୍ପୂର ତେଲକୁ ମାଲିସ୍‌ କରିବା ଦ୍ୱାରା ଆରାମ ଲାଗିଥାଏ। ଏହା ଆଣ୍ଠୁ ଗଣ୍ଠି ସମସ୍ୟା ଥିବା ରୋଗୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହାସହିତ ମାଂସପେଶୀରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାରେ ମଧ୍ୟ ବହୁତ କାରିଗର ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking