35.2 C
Bhubaneswar
Wednesday, April 8, 2026
Homeଦେଶ ବିଦେଶସରିଲା ପ୍ରଚାର: ଆସନ୍ତାକାଲି ଏହି ୩ ରାଜ୍ୟରେ ପଡିବ ଭୋଟ

ସରିଲା ପ୍ରଚାର: ଆସନ୍ତାକାଲି ଏହି ୩ ରାଜ୍ୟରେ ପଡିବ ଭୋଟ

ନୂଆଦିଲ୍ଲୀ: ସରିଲା ପ୍ରଚାର । ଆସନ୍ତାକାଲି ତିନି ରାଜ୍ୟରେ ପଡିବ ଭୋଟ । ଆସାମ, କେରଳ, ପୁଡୁଚେରୀରେ କାଲି ଭୋଟ ଗ୍ରହଣ ହେବ । ଏହି ତିନି ବିଧାନସଭା ନିର୍ବାଚନ ପାଇଁ ସାର୍ବଜନିକ ପ୍ରଚାର ଗତକାଲି ଶେଷ ହୋଇଛି । ତିନି ରାଜ୍ୟବାସୀନ୍ଦା ଆସନ୍ତାକାଲି ଭୋଟ ଦେବେ । ଗୁରୁବାର ଆସାମର ୧୨୬ ଆସନ, କେରଳର ୧୪୦ ଆସନ ଏବଂ ପୁଡୁଚେରୀର ୩୦ ଆସନରେ ଏକ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଆସାମରେ ବିଜେପି ପୁଣି ସରକାର ଗଢିବା ସହ ୯୦ରୁ ୧୦୦ ଆସନ ଜିତିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । କେରଳରେ ଏଥର ୟୁଡିଏଫ ଏବଂ ଏଲଡିଏଫ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି । ମେ ୪ ତାରିଖରେ ଏହି ଦୁଇ ରାଜ୍ୟ ଓ ପୁଡୁଚେରୀରେ ଭୋଟ ଗ୍ରହଣ ହେବା ସହ ଫଳାଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି । ଏହି ଦୁଇଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ର ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି ବିଜେପି ଓ କଂଗ୍ରେସ ସିପିଏମ । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଗୃହମନ୍ତ୍ରୀ ଅମିତ୍ ଶାହ୍ ଏବଂ ତାମିଳନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍ ପୁଡୁଚେରୀରେ ଜୋରଦାର ପ୍ରଚାର କରିଛନ୍ତି । କେରଳରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନଙ୍କ ସଭା ଏବଂ ରୋଡ୍ ଶୋ’କରାଯାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍ ଏବଂ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଜୋରଦାର ପ୍ରଚାର କରିଛନ୍ତି । ଅନ୍ୟପଟେ ଆସନ୍ତା କାଲି ଗୋଟିଏ ପର୍ଯ୍ୟାୟରେ ଆସାମରେ ବିଧାନସଭା ନିର୍ବାଚନରେ ମତଦାନ ହେବାକୁ ଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking