31.1 C
Bhubaneswar
Friday, September 20, 2024
Homeଓଡିଶାଏନଏସି ମାନ୍ୟତା ଦାବିରେ ଆଜି ୬ ଘଣ୍ଟିଆ ଉଲୁଣ୍ଡା ବନ୍ଦ ଡାକରା

ଏନଏସି ମାନ୍ୟତା ଦାବିରେ ଆଜି ୬ ଘଣ୍ଟିଆ ଉଲୁଣ୍ଡା ବନ୍ଦ ଡାକରା

ଉଲୁଣ୍ଡା : ଏନଏସି ମାନ୍ୟତା ଦାବିରେ ଆଜି ୬ ଘଣ୍ଟିଆ ଉଲୁଣ୍ଡା ବନ୍ଦ। ତେବେ ରାଜ୍ୟସରକାର କିଛି ଦିନ ପୂର୍ବରୁ ବୀରମହାରାଜପୁର ଏବଂ ଡୁଙ୍ଗୁରିପାଲିକୁ ଏନଏସି ଘୋଷଣା କରିଛନ୍ତି । ହେଲେ ଉଲୁଣ୍ଡାକୁ ଏନଏସି ମାନ୍ୟତାରୁ ବାଦ୍‌ ଦେଇଛନ୍ତି । ତେଣୁ ଏନଏସି ଦାବି, ଯେଏମଏଫସି କୋର୍ଟ ଏବଂ ସୈନିକ ସ୍କୁଲ ଆଦି ପୁନଃ ନିର୍ମାଣ କରିବା ଦାବିରେ ଉଲୁଣ୍ଡା ଅଞ୍ଚଳବାସୀ ତରଫରୁ ଏହି ବନ୍ଦ ପାଳନ କରାଯାଇଛି। ଏଥିପାଇଁ ସକାଳୁ ସକାଳୁ ସମସ୍ତ ଦୋକାନ ବଜାର , ବିଭିନ୍ନ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ସହିତ ଗାଡିଚାଳଚଳ ମଧ୍ୟ ବନ୍ଦ ରହିଛି। ସକାଳୁ ଏହି ବନ୍ଦ ପାଳନ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ଏପରିକି ଯଦି ସେମାନଙ୍କର ଦାବି ପୁରଣ ନ ହୁଏ ତେବେ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ନେବ ବୋଲି ଉଲୁଣ୍ଡା ଅଞ୍ଚଳବାସୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking