ନୂଆଦିଲ୍ଲୀ: ଦେଶରେ ୧୫୭ଟି ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି । ଏଥିପାଇଁ ୧୫୭୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡ୍ଭିଆ ସୂଚନା ଦେଇଛନ୍ତି । ଦେଶରେ ଉନ୍ନତମାନର ନର୍ସିଂ କଲେଜ ଖୋଲିବା ସହ ଦକ୍ଷ ଓ ତାଲିମପ୍ରାପ୍ତ ନର୍ସ ପ୍ରସ୍ତୁତ କରାଯିବା ନିହାତି ଜରୁରୀ ହୋଇପଡିଥିବା ସେ କହିଛନ୍ତି । ତେବେ ମେଡିକାଲ କଲେଜ ସଂଲଗ୍ନ ସ୍ଥାନରେ ନର୍ସିଂ କଲେଜ ଖୋଲିବାକୁ ସରକାର ଯୋଜନା କରୁଥିବା ସେ କହିଛନ୍ତି ।