ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଆଜି ସାଢ଼େ ୧୨ରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଏଥିରେ ୧୦ଟି ପ୍ରସ୍ତାବରେ ମୋହର ଲାଗିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଓ ସରକାରୀ କର୍ମଚାରୀଙ୍କୁ କିଛି ନୂଆ ବର୍ଷ ଭେଟି ଦେବାର ସମ୍ଭବନା ରହିଛି । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ୧ ଜାନୁଆରୀ ୨୦୨୨ରୁ ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କୁ ସପ୍ତମ ବେତନ ଦିଆଯିବ । ହେଲେ ପିଛିଲା ଭାବେ ଅର୍ଥାତ ଜାନୁଆରୀ ୨୦୧୮ରୁ ତାହା ଲାଗୁ ହେବ । ଗତ କ୍ୟାବିନଟେ ବୈଠକରେ ଏହି ପ୍ରସ୍ତାବରେ ମୋହର ଲାଗିବାର ଥିଲା । ହେଲେ କେତେକ କାରଣରୁ ତାହା ସ୍ଥଗିତ ରହିଲା । ଆଜି ମୋହର ବାଜିବ ବୋଲି କୁହାଯାଉଛି । ଏଥିସହ ରାଜସ୍ୱ, ଉଚ୍ଚଶିକ୍ଷା, ଆଇନ, କୃଷିି, ପଞ୍ଚାୟତିରାଜ ଓ ସାଧାରଣ ପ୍ରଶାସନ ଭଳି କିଛି ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ବୋଲି କୁହାଯାଉଛି । ହେଲେ ସରକାରୀ ଭାବେ କିଛି କୁହାଯାଇ ନାହିଁ ।