ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତା ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ୧୧ ପ୍ରସ୍ତାବରେ ବାଜିଲା ମୋହର । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ୫ଟି ବିଭାଗର ୧୧ ପ୍ରସ୍ତାବ କ୍ୟାବିନେଟ ବୈଠକରେ ପାରିତ ହୋଇଛି । କ୍ୟାବିନେଟ ବୈଠକରେ ପାର୍ବତୀ ଗିରି ମେଗା ଜଳପ୍ରକଲ୍ପକୁ ଗୁରୁତ୍ୱ ଦିଆଯାଇଛି । ଏଥି ସହିତ ୩୪୦୦ କୋଟିର ଅଟଳ ବସ ଷ୍ଟାଣ୍ଡ ଯୋଜନା ପାରିତ ହୋଇଛି । ପାନୀୟ ଜଳ ଯୋଗାଣ ପାଇଁ ପରିଚାଳନା ଓ ରକ୍ଷଣବେକ୍ଷଣ ନୀତି ଉପରେ ଗୁରୁତ୍ୱ ଦିଆଯାଇଛି ।
ଚାଷ ଉପଯୋଗୀ ଢିପ ଜମିଗୁଡ଼ିକର ଭୌଗୋଳିକ ସ୍ଥିତି ପାଇଁ ପାରମ୍ପରିକ ଜଳସେଚନ ପଦ୍ଧତି ଦ୍ବାରା ଜଳସେଚିତ କରିବା ସମ୍ଭବପର ହୋଇନଥାଏ । ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ଏହିପରି ୨,୬୩,୮୦୧ ହେକ୍ଟର ଜମିଗୁଡିକୁ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ “ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନା” ପ୍ରଣୟନ କରିଛନ୍ତି ।ଏହି ଯୋଜନା ଅନ୍ତର୍ଗତ ପ୍ରସ୍ତାବିତ କ୍ଲଷ୍ଟର–୩୭ ମାଧ୍ୟମରେ ୦୪ ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ ଯାଜପୁର ଜିଲ୍ଲାର ଖରସୁଆଁ ନଦୀ ଓ ବ୍ରାହ୍ମଣୀ ନଦୀ ରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା (pressurized distribution_system) ମାଧ୍ୟମରେ ଯାଜପୁର ଜିଲ୍ଲାର ୫,୯୫୦ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦେବା ସହିତ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପ ଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତାବ ରହିଛି । ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ ନିର୍ମାଣ କାର୍ଯ୍ୟ କାର୍ଯ୍ୟ ନିମିତ୍ତ ୧୫୮,୮୬,୭୨,୩୮୯.୦୦ (ଏକ ଶହ ଅଠାବନ କୋଟି ଛୟାଅଶୀ ଲକ୍ଷ ବାସ୍ତରି ହଜାର ତିନି ଶହ ଅଣାନବେ) ଟଙ୍କା ଏବଂ ପନ୍ଦର ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ (O&M) ର ମୂଲ୍ୟ ୧୨,୭୦, ୯୩,୭୯୨.୦୦ (ବାର କୋଟି ସତୁରି ଲକ୍ଷ ତେୟାନବେ ହଜାର ସାତ ଶହ ବୟାନବେ) ଟଙ୍କା ର ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ଛତିଶ (୩୬) ମାସ ମଧ୍ୟରେ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି ।ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ ହେବା ପରେ ଯାଜପୁର ଜିଲ୍ଲାର ୭୩ ଟି ଗ୍ରାମର କୃଷକମାନେ ଉପକୃତ ହେବେ ଏବଂ ଏହାର ଅଣୁ ଜଳସେଚନ (Micro irrigation) ସୁସଙ୍ଗତତା ହେତୁ ପାରମ୍ପରିକ ଶସ୍ୟ ଉତ୍ପାଦନ ପରିବର୍ତ୍ତେ ଅର୍ଥକାରୀ ଫସଲ ଚାଷ କରିବାକୁ ଉତ୍ସାହିତ ହେବେ । ଏତଦ୍ ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ ।
ଚାଷ ଉପଯୋଗୀ ଢିପ ଜମିଗୁଡ଼ିକର ଭୌଗୋଳିକ ସ୍ଥିତି ପାଇଁ ପାରମ୍ପରିକ ଜଳସେଚନ ପଦ୍ଧତି ଦ୍ଵାରା ଜଳସେଚିତ କରିବା ସମ୍ଭବପର ହୋଇନଥାଏ । ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ଏହିପରି ୨,୬୩,୮୦୧ ହେକ୍ଟର ଜମିଗୁଡିକୁ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ “ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନା” ପ୍ରଣୟନ କରିଛନ୍ତି ।ଏହି ଯୋଜନା ଅନ୍ତର୍ଗତ ପ୍ରସ୍ତାବିତ କ୍ଲଷ୍ଟର–୩୦ ମାଧ୍ୟମରେ ୦୪ ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ ତେଲ୍ ନଦୀ, ମହାନଦୀ (କପଶିରା ISS ପାଖ) ଏବଂ ତେଲ୍ ନଦୀ (ତେଲ୍ ଓ ସୁକତେଲ୍ ନଦୀ ସଙ୍ଗମସ୍ଥଳ) ଜଳଭଣ୍ଡାର ରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା (pressurized distribution system) ମାଧ୍ୟମରେ ସୁବର୍ଣ୍ଣପୁର ଜିଲ୍ଲାର ୬,୦୨୫ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦେବା ସହିତ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପ ଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତାବ ରହିଛି ।ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୧୭୦,୨୨,୦୪,୦୩୧.୬୦ (ଶହେ ସତୁରି କୋଟି ବାଇଶ ଲକ୍ଷ ଚାରି ହଜାର ଏକତିରିଶ ଟଙ୍କା ଏବଂ ଷାଠିଏ ପଇସା) (GST ବ୍ୟତୀତ) ଏବଂ ପନ୍ଦର ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ (O&M) ର ମୂଲ୍ୟ ୧୩,୬୧,୭୬,୩୨୩.୦୦ (ତେର କୋଟି ଏକଷଠି ଲକ୍ଷ ଛଅସ୍ତରି ହଜାର ତିନି ଶହ ତେଇଶ ଟଙ୍କା) (GST ବ୍ୟତୀତ) ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ଛତିଶ (୩୬) ମାସ ମଧ୍ୟରେ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି ।ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାର ସତଚାଳିଶି (୪୭) ଟିଗ୍ରାମର କୃଷକମାନେ ଉପକୃତ ହେବେ ଏବଂ ଏହାର ଅଣୁ ଜଳସେଚନ (Micro irrigation) ସୁସଙ୍ଗତତା ହେତୁ ପାରମ୍ପରିକ ଶସ୍ୟ ଉତ୍ପାଦନ ପରିବର୍ତ୍ତେ ଅର୍ଥକାରୀ ଫସଲ ଚାଷ କରିବାକୁ ଉତ୍ସାହିତ ହେବେ । ଏତଦ୍ ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ ।
ହାଡୁଆ ଜଳସେଚନ ପ୍ରକଳ୍ପ କଟକ ଜିଲ୍ଲାର ନରସିଂହପୁର, ବଡ଼ମ୍ବା ଏବଂ ତିଗିରିଆ ବ୍ଳକର ସମନ୍ବିତ ବିକାଶ ପାଇଁ ପ୍ରସ୍ତାବିତ ଏକ ମଧ୍ୟମ ଜଳସେଚନ ପ୍ରକଳ୍ପ ଅଟେ । ଏହି ପ୍ରକଳ୍ପ ଅନୁସାରେ କଟକ ଜିଲ୍ଲାର ଖାରୋଡ ଗ୍ରାମ ନିକଟରେ ହାଡୁଆ ନଦୀ ଉପରେ ଏକ ଜଳଭଣ୍ଡାର ନିର୍ମାଣ କରାଯିବା ସହିତ ବିସ୍ତୃତ ବିତରଣ ପ୍ରଣାଳୀ ନିର୍ମାଣ କରାଯାଇ, ଉପରୋକ୍ତ ବ୍ଲକ୍ ଅନ୍ତର୍ଗତ ମରୁଡିପ୍ରବଣ ଅଞ୍ଚଳରେ ୩୬୪୧ ହେକ୍ଟର ଚାଷୋପଯୋଗୀ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ବର୍ତ୍ତମାନ ହାଡୁଆ ଡ୍ୟାମ୍ର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ।ଆଜିର ପ୍ରସ୍ତାବଟି ହାଡୁଆ ଜଳସେଚନ ପ୍ରକଳ୍ପର ବିତରଣ ପ୍ରଣାଳୀ ନିର୍ମାଣ ସମ୍ପର୍କିତ, ଯାହା ମାଧ୍ୟମରେ ହାଡୁଆ ଡ୍ୟାମୃରୁ ଭୂତଳ ପାଇପ୍ଲାଇନ୍ (UGPL) ଦ୍ବାରା ଚାଷୋପଯୋଗୀ ଜମିକୁ ଜଳସେଚିତ କରାଯାଇପାରିବ । ଏତଦବ୍ୟତୀତ ଏହି ପ୍ରଣାଳୀର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବା ପରେ ୫ (ପାଞ୍ଚ) ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ରକ୍ଷାଣାବେକ୍ଷଣ (O&M) କରାଯିବାର ମଧ୍ୟ ପ୍ରସ୍ତାବ ରହିଛି ।ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୧୩୫,୭୫,୯୭,୦୩୫.୮୨ ଟଙ୍କା (ଏକ ଶହ ପଇଁତିରିଶି କୋଟି ପଞ୍ଚସ୍ତରି ଲକ୍ଷ ସତାନବେ ହଜାର ପଇଁତିରିଶ ଟଙ୍କା ବୟାଅଶୀ ପଇସା) (GST ବ୍ୟତୀତ) ଏବଂ ପାଞ୍ଚ (୦୫) ବର୍ଷ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୬,୮୫,୫୮,୬୫୦.୩୧ ଟଙ୍କା (ଛଅ କୋଟି ପଞ୍ଚାଅଶୀ ଲକ୍ଷ ଅଠାବନ ହଜାର ଛଅଶହ ପଚାଶ ଟଙ୍କା ଏକତିରିଶ ପଇସା) (GST ବ୍ୟତୀତ) ର ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ଚବିଶ (୨୪) ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି ।
ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ବଡ଼ମ୍ବା ବ୍ଲକ୍ର ୭୬ ଟି ଗ୍ରାମ, ନରସିଂହପୁର ବ୍ଲକ୍ର ୦୫ ଟି ଗ୍ରାମ ଏବଂ ତିଗିରିଆ ବ୍ଲକ୍ର ୦୫ ଟି ଗ୍ରାମର ମୋଟ ୩୬୪୧ ହେକ୍ଟର ଚାଷୋପଯୋଗୀ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆ ଯାଇପାରିବ । ଏହି ପ୍ରକଳ୍ପର ଅଣୁ ଜଳସେଚନ (Micro irrigation) ସୁସଙ୍ଗତତା ହେତୁ କୃଷକମାନେ ପାରମ୍ପରିକ ଶସ୍ୟ ଉତ୍ପାଦନ ପରିବର୍ତ୍ତେ ଅର୍ଥକାରୀ ଫସଲ କରିବାକୁ ଉତ୍ସାହିତ ହେବେ । ଏତଦ୍ ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବା ସହିତ ସ୍ଥାନୀୟ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିରେ ମଧ୍ୟ ସହାୟତା କରିବ ।
ଚାଷ ଉପଯୋଗୀ ଢିପ ଜମିଗୁଡ଼ିକର ଭୌଗୋଳିକ ସ୍ଥିତି ପାଇଁ ପାରମ୍ପରିକ ଜଳସେଚନ ପଦ୍ଧତି ଦ୍ବାରା ଜଳସେଚିତ କରିବା ସମ୍ଭବପର ହୋଇନଥାଏ । ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ଏହିପରି ୨,୬୩,୮୦୧ ହେକ୍ଟର ଜମିଗୁଡିକୁ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ “ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନା” ପ୍ରଣୟନ କରିଛନ୍ତି ।ଏହି ଯୋଜନା ଅନ୍ତର୍ଗତ ପ୍ରସ୍ତାବିତ କ୍ଲଷ୍ଟର – ୨୭ ମାଧ୍ୟମରେ ୦୪ ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ ହୀରାକୁଦ ଜଳଭଣ୍ଡାରରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା (pressurized distribution system) ଦ୍ଵାରା ସମ୍ବଲପୁର ଜିଲ୍ଲାର ୬,୨୧୦ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦେବା ସହିତ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପ ଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତାବ ରହିଛି ।ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୨୦୪,୨୧,୮୮,୯୩୩/- (ଦୁଇ ଶହ ଚାରି କୋଟି ଏକୋଇଶ ଲକ୍ଷ ଅଠାଅଶୀ ହଜାର ନଅ ଶହ ତେତିଶ) ଟଙ୍କା (GST ବ୍ୟତୀତ) ଏବଂ ପନ୍ଦର ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ (O&M) ର ମୂଲ୍ୟ ୧୬,୩୩,୭୫,୧୧୫/- (ଷୋହଳ କୋଟି ତେତିଶ ଲକ୍ଷ ପଞ୍ଚସ୍ତରି ହଜାର ଏକ ଶହ ପନ୍ଦର ଟଙ୍କା) (GST ବ୍ୟତୀତ) ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ଛତିଶ (୩୬) ମାସ ମଧ୍ୟରେ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି ।ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସମ୍ବଲପୁର ଜିଲ୍ଲାର ଚଉବନ (୫୪) ଟି ଗ୍ରାମର କୃଷକମାନେ ଉପକୃତ ହେବେ ଏବଂ ଏହାର ଅଣୁ ଜଳସେଚନ (Micro irrigation) ସୁସଙ୍ଗତତା ହେତୁ ପାରମ୍ପରିକ ଶସ୍ୟ ଉତ୍ପାଦନ ପରିବର୍ତ୍ତେ ଅର୍ଥକାରୀ ଫସଲ କରିବାକୁ ଉତ୍ସାହିତ ହେବେ । ଏତଦ୍ ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ମଧ୍ୟ ସହାୟକ ହେବ ।
ଚାଷ ଉପଯୋଗୀ ଢିପ ଜମିଗୁଡ଼ିକର ଭୌଗୋଳିକ ସ୍ଥିତି ପାଇଁ ପାରମ୍ପରିକ ଜଳସେଚନ ପଦ୍ଧତି ଦ୍ବାରା ଜଳସେଚିତ କରିବା ସମ୍ଭବପର ହୋଇନଥାଏ । ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ଏହିପରି ୨,୬୩,୮୦୧ ହେକ୍ଟର ଜମିଗୁଡିକୁ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ “ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନା” ପ୍ରଣୟନ କରିଛନ୍ତି ।ଏହି ଯୋଜନା ଅନ୍ତର୍ଗତ ପ୍ରସ୍ତାବିତ କ୍ଲଷ୍ଟର-୩୮ ମାଧ୍ୟମରେ ୦୩ ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ କେନ୍ଦୁଝର ଜିଲ୍ଲାର କାନପୁର ମୁଖ୍ୟ କେନାଲ, ଆରାଦେଇ ନଦୀ ଏବଂ ମୟୂରଭଞ୍ଜ ଜିଲ୍ଲାର ବାଲିସୁଦ୍ର ନଦୀ ରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା (pressurized distribution system) ମାଧ୍ୟମରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୪, ୨୮୦ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦେବା ସହିତ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପ ଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତାବ ରହିଛି ।ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୯୨,୯୮,୪୨,୭୯୫,୦୦ (ବୟାନବେ କୋଟି ଅଠାନବେ ଲକ୍ଷ ବୟାଳିଶ ହଜାର ସାତ ଶହ ପଞ୍ଚାନବେ ଟଙ୍କା) ଟଙ୍କା ଏବଂ ପନ୍ଦର ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ (O&M) ନିମିତ୍ତ ୭,୪୮,୫୨,୩୪୫,୦୦ (ସାତ କୋଟି ଅଠଚାଳିଶ ଲକ୍ଷ ବାବନ ହଜାର ତିନି ଶହ ପଞ୍ଚଚାଳିଶ) (GST ବ୍ୟତୀତ) ଟଙ୍କା ର ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ଚବିଶ (୨୪) ମାସ ମଧ୍ୟରେ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି ।ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କେନ୍ଦୁଝର ଜିଲ୍ଲାର ୨୫ ଟି ଓ ମୟୂରଭଞ୍ଜ ଜିଲ୍ଲାର ୮ ଟି ଗ୍ରାମର କୃଷକମାନେ ଉପକୃତ ହେବେ ଏବଂ ଏହାର ଅଣୁ ଜଳସେଚନ (Micro irrigation) ସୁସଙ୍ଗତତା ହେତୁ ପାରମ୍ପରିକ ଶସ୍ୟ ଉତ୍ପାଦନ ପରିବର୍ତ୍ତେ ଅର୍ଥକାରୀ ଫସଲ ଚାଷ କରିବାକୁ ଉତ୍ସାହିତ ହେବେ । ଏତଦ୍ ବ୍ୟତୀତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ ।










