26.1 C
Bhubaneswar
Friday, October 18, 2024
Homeଓଡିଶାମହିଳାଙ୍କୁ ପ୍ରେମ ଓ ପ୍ରତାରଣା ଦେଇ ଯୁବକ ଫେରାର

ମହିଳାଙ୍କୁ ପ୍ରେମ ଓ ପ୍ରତାରଣା ଦେଇ ଯୁବକ ଫେରାର

କଣ୍ଟାପଡ଼ା : ଓଲଟପୁର ଥାନା ଅଧିନସ୍ଥ ବାଇରୋଇ ମୁସ୍‌ଲିମ୍ ବସ୍ତିର ଜନୈକ ଯୁବକ ଜଣେ ବିଧବା ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ରଖିବା ପରେ ତାକୁ ପ୍ରତାରଣା ଦେଇ ଫେରାର ହୋଇଯାଇଛି । ସମ୍ପୃକ୍ତ ମହିଳା ଜଣକ ଏନେଇ ଥାନାରେ ଅଭିଯୋଗ କରିବାରୁ ପୁଲିସ ଯୁବକଙ୍କୁ ଗିରଫ ପାଇଁ ବାରମ୍ବାର ଘର ଉପରେ ଚଢ଼ଉ କଲେ ମଧ୍ୟ ଗିରଫ କରିବାରେ ସଫଳ ହୋଇପାରୁ ନାହିଁ । ଏହାର ସୁଯୋଗ ନେଇ ଯୁବକ ଜଣକ ଆଗୁଆ ଜାମିନ ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ, କଟକ ସଦର ଥାନା ଅଧିନସ୍ଥ କୁରାଙ୍ଗ ଅଞ୍ଚଳର ଜଣେ ଯୁବତୀ ଓଲଟପୁର ଥାନା ଅଧିନସ୍ଥ ବାଇରୋଇ ମୁସ୍‌ଲିମ୍ ବସ୍ତିରେ ବିବାହ କରିଥିଲେ । ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଦୀର୍ଘ ବର୍ଷ ହେବ ତାଙ୍କ ବାପଘର କୁରାଙ୍ଗରେ ରହି ଆସୁଛନ୍ତି ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ମାତ୍ର ବାଇରୋଇ ବସ୍ତିର ଜନୈକ ଯୁବକ ଆରିଫ୍ ସା ଉକ୍ତ ମହିଳାଙ୍କୁ ପ୍ରଲୋଭନ ଦେଖାଇ ପ୍ରେମ କରିବା ଓ ଶାରୀରିକ ସମ୍ପର୍କ ରଖିବା ପରେ ବିବାହର ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଅନ୍ୟତ୍ର ବିବାହ ପାଇଁ ମସୁଧା କରିବାରୁ ସମ୍ପୃକ୍ତ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଖବର ପାଇ ଆରିଫ୍ ଗିରଫ ଭୟରେ ଫେରାର ରହିବା ସହିତ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଶୁଣିବାକୁ ମିଳିଛି । ପୁଲିସ ଯୁବକଙ୍କୁ ଗିରଫ କରିବାରେ ବିଫଳ ହେବାରୁ ପୀଡ଼ିତା ମହିଳା ଜଣକ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି । ଘଟଣାରେ ପୁଲିସ ତତ୍ପରତା ପ୍ରକାଶ କରି ଯୁବକକୁ ଗିରଫ କରିବା ସହିତ ମହିଳାଙ୍କୁ ନ୍ୟାୟ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking