29.1 C
Bhubaneswar
Saturday, October 5, 2024
Homeଖେଳବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌: ପ୍ରିକ୍ୱାର୍ଟରରେ ସାଇନା ନେହ୍ୱାଲ୍‌

ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌: ପ୍ରିକ୍ୱାର୍ଟରରେ ସାଇନା ନେହ୍ୱାଲ୍‌

ଟୋକିଓ: ଭାରତୀୟ ଷ୍ଟାର୍ ଶଟଲର୍ ତଥା ପୂର୍ବତନ ବିଶ୍ୱ ନମ୍ବର ଏକ ସାଇନା ନେହ୍ୱାଲ୍ ଏଠାରେ ଚାଲିଥିବା ବିଡ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ନିଖୁଣ ପ୍ରଦର୍ଶନ ସହ ସିଧା ଗେମ୍‌ରେ ହଂକଂର ଚେଉଙ୍ଗ୍ ଏନ୍‌ଗାନ୍ ୟି’ଙ୍କୁ ହରାଇ ମଙ୍ଗଳବାର ଅଭିଯାନ ଆରମ୍ଭ କରିଛନ୍ତି । ସାଇନାଙ୍କ ବ୍ୟତୀତ ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଭାରତୀୟ ଯୋଡ଼ି ମହିଳା ଡବଲ୍ସରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ରୌପ୍ୟ ଓ ବ୍ରୋଞ୍ଜ୍ ବିଜେତା ସାଇନା ୩୮ ମିନିଟ୍‌ର ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଏନ୍‌ଗାନ୍ ୟି’ଙ୍କୁ ୨୧-୧୯, ୨୧-୯ରେ ହରାଇ ଦେଇଛନ୍ତି । ଦ୍ୱିତୀୟ ରାଉଣ୍ଡ୍‌ରେ ସାଇନାଙ୍କ ମୁକାବିଲା ଜାପାନର ନୋଜୋମୀ ଓକୁହାରାଙ୍କ ସହ ହେବାର ଥିଲା । ମାତ୍ର ଆହତ କାରଣରୁ ଓକୁହାରା ଟୁର୍ଣ୍ଣାମେଣ୍ଟ୍‌ରୁ ଓହରିଯିବା ପରେ ସାଇନାଙ୍କୁ ୱାକ୍‌ଓଭର୍ ମିଳିଥିଲା ଏବଂ ସେ ପ୍ରିକ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି । ପ୍ରିକ୍ୱାର୍ଟର୍‌ରେ ତାଙ୍କ ମୁକାବିଲା ଥାଇଲାଣ୍ଡର ବୁସାନନ୍ ଓଙ୍ଗବାମ୍‌ରୁଙ୍ଗ୍‌ଫାନ୍ କିମ୍ବା ଜର୍ମାନୀର ୟୁଭୋନୀ ଲି’ଙ୍କ ସହିତ ହୋଇପାରେ । ଅନ୍ୟପକ୍ଷରେ ମହିଳା ଡବଲ୍ସରେ ଜୋଲି ଓ ଗୋପୀଚାନ୍ଦଙ୍କ ଯୋଡ଼ି ମାଲେସିଆର ୟିନ୍ ୟୁବାନ୍ ଲୋଭ୍ ଏବଂ ବଲିରି ସିୟୋଭ୍‌ଙ୍କୁ ୨୧-୧୧, ୨୧-୧୩ରେ ସହଜରେ ହରାଇ ଦେଇଛିି ।

ସେହିପରି ଅଶ୍ୱିନୀ ଭଟ କେ ଏବଂ ଶିଖା ଗୌତମଙ୍କ ଯୁବ ମହିଳା ଯୋଡ଼ି ମଧ୍ୟ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛି । ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଏହି ଯୋଡ଼ି ଇଟାଲୀର ମାର୍ଟିନା କୋର୍ସିନୀ ଏବଂ ଜୁଡିଥ୍ ମେୟର୍‌ଙ୍କୁ ମାତ୍ର ୩୦ ମିନିଟ୍ ମଧ୍ୟରେ ୨୧-୮, ୨୧-୧୪ରେ ହରାଇ ଦେଇଛି । ତେବେ ମିକ୍ସଡ୍ ଡବଲ୍ସରେ ଭେଙ୍କଟ ଗୌରବ ପ୍ରସାଦ ଏବଂ ଜୁହି ଦେବଗନଙ୍କ ଅଭିଯାନ ଶେଷ ହୋଇଛି । ଭାରତୀୟ ଯୋଡ଼ିକୁ ଇଂଲଣ୍ଡର ଗ୍ରେଗରୀ ମେୟର୍ସ ଏବଂ ଜେନୀ ମୁରେଙ୍କ ଯୋଡ଼ି ୨୧-୧୦, ୨୩-୨୧ରେ ହରାଇଛି । କ୍ରିଷ୍ଣ ପ୍ରସାଦ ଗରାଗେ ଓ ବିଷ୍ଣୁବର୍ଦ୍ଧନ ଗୌଡ଼ ପ୍ରାଞ୍ଜଳାଙ୍କ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ମଧ୍ୟ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛି । ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଏହି ଯୋଡ଼ି ଫ୍ରାନ୍ସିର ଫାବିଏନ୍ ଡେଲ୍‌ରୁ ଓ ୱିଲିୟମ୍ ଭିଲେଜର୍‌ଙ୍କଠାରୁ ୧୪-୨୧, ୧୮-୨୧ରେ ପରାଜିତ ହୋଇଛି । ତନିଷା କ୍ରାଷ୍ଟୋ ଓ ଈଶାନ୍ ଭଟନାଗରଙ୍କ ମିକ୍ସଡ୍ ଡବଲ୍ସ ଯୋଡ଼ି ମଧ୍ୟ ପରାଜୟର ମୁହଁ ଦେଖିଛି । ଥାଇଲାଣ୍ଡର ସୁପକ ଜୋମ୍‌କୋହ ଓ ସୁପିସାରା ପାଏସାମ୍ପ୍ରନ୍ ୨୧-୧୪, ୨୧-୧୭ରେ ତାଙ୍କୁ ହରାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking