ଗଞ୍ଜାମ : ଟ୍ରକ୍ ଚକା ତଳେ ଚାପି ହୋଇ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟବସାୟୀ ଜଣକ ଦିଗପହଣ୍ଡି ସହର ପନ୍ଦରାସାହିର ସୁରେନ୍ଦ୍ର ମିଶ୍ର (୫୪) ବୋଲି ଜଣାପଡିଛି । ଖବର ପାଇ ଦିଗପହଣ୍ଡି ପୁଲିସ୍ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ କରିଛି । ଏନେଇ ଏକ ମାମଲା ରୁଜୁ ସହ ଶବ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ୍ ପଠାଯାଇଛି । ଦୁର୍ଘଟଣା ଘଟେଇଥିବା ଟ୍ରକ୍କୁ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଅପରପକ୍ଷେ ଦୁର୍ଘଟଣାକୁ ନେଇ ଉତ୍ତେଜିତ ବ୍ୟବସାୟୀମାନେ ବସ୍ଷ୍ଟାଣ୍ଡ ମୂଖ୍ୟ ରାସ୍ତାକୁ ଦେଢ଼ ଘଣ୍ଟା ଧରି ଅବରୋଧ କରିଥିଲେ । ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ଅଡି ବସିଥିଲେ । ପୁଲିସ୍ ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା ସହ କ୍ଷତିପୁରଣ ପ୍ରଦାନ ଦିଗରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ରାସ୍ତାରୁ ହଟିଥିଲେ । ସୂଚନାପ୍ରକାରେ ମୃତ ସୁରେନ୍ଦ୍ର ମିଶ୍ର ଦିଗପହଣ୍ଡି ସ୍ଥିତ ପୁଞ୍ଜିକୟାଁ ଛକରେ ଗ୍ରୋସେରି ଦୋକାନ କରିଛନ୍ତି । ପ୍ରତିଦିନ ଭଳି ଆଜି ସକାଳ ୯ଟାରେ ଘରୁ ବାହରି ଦୋକାନ ଖୋଲିବା ପାଇଁ ସାଇକେଲ୍ ଯୋଗେ ଯାଉଥିଲେ । ବ୍ରହ୍ମପୁର-ଦିଗପହଣ୍ଡି ଅଭିମୁଖେ ଆସୁଥିବା ଏକ ଟ୍ରକ୍(ଓଡି୧୮ଏ-୫୭୧୯)ର ପଛଚକା ତଳେ କୌଣସି କାରଣ ବଶତଃ ପଶିଯିବା ଫଳରେ ଟ୍ରକ୍ର ପଛଚକା ସୁରେନ୍ଦ୍ରର ମୁଣ୍ଡ ଉପରେ ଚଢିଯାଇଥିଲା । ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିôବା ଆଇଆଇସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।