14.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶବସ୍ - ଟ୍ରକ୍ ଧକ୍କା: ୩ ମୃତ

ବସ୍ – ଟ୍ରକ୍ ଧକ୍କା: ୩ ମୃତ

ବିହାର: ମଙ୍ଗଳବାର ବିହାରର ବୈଶାଳୀ ଜିଲ୍ଲାର କରତାହାନା ଥାନା ଅଞ୍ଚଳରେ ଏକ ଅଟୋ-ରିକ୍ସା ଏବଂ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛିଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ସୂଚନା ଅନୁଯାୟୀ, ହାଜିପୁରର ଲାଲଗଞ୍ଜ ଏସ୍ଏଚ୍-୭୪ରେ ଧନୁଷି ଗାଁ ନିକଟରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଅଟୋ-ରିକ୍ସା ବିପରୀତ ଦିଗରୁ ଆସୁଥିବା ଏକ ବସ୍ ସହିତ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ଗୁରୁତର ଆହତମାନଙ୍କୁ ଅଧିକ ଚିକିତ୍ସା ପାଇଁ ହାଜିପୁର ସଦର ହସ୍ପିଟାଲକୁ ପଠାଯାଇଛି। ମୃତକମାନଙ୍କୁ ଚିହ୍ନଟ କରିବା ସହ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ କରୁଛି ପୋଲିସ। ଏହି ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ହାଜିପୁର-ଲାଲଗଞ୍ଜ ରାସ୍ତା ଅବରୋଧ କରି ହଙ୍ଗାମା କରିଥିଲେ। ପରେ ପୋଲିସ ଗ୍ରାମବାସୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା। ପୋଲିସ ଘଟଣାସ୍ଥଳରୁ ବସ୍ ଜବତ କରିଛି ଏବଂ ଡ୍ରାଇଭରଙ୍କୁ ଖୋଜୁଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking