ରାୟପୁର: ଛତିଶଗଡ଼ ରାଜଧାନୀ ରାୟପୁରରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭାରେ ଯୋଗଦେବା ପାଉଁ ଯାଉଥିବା ବିଜେପି କର୍ମକର୍ତ୍ତାଙ୍କ ଏକ ବସ୍ ଓଲଟି ତିନିଜଣଙ୍କ ମୃତ୍ୟୁ ଘଟିଛି । ସୁରଜପୁରରୁ ବାହାରିଥିବା ବିଜେପି କର୍ମକର୍ତ୍ତା ବସ୍ଟି ବିଳାସପୁରର ରତନପୁରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଦୁଇଜଣ ବିଜେପି କର୍ମୀଙ୍କ ସମେତ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ବିଶ୍ରାମପୁରର ଶିବାନନ୍ଦପୁର ବ୍ଲକ୍ର ବିଜେପି କର୍ମୀମାନେ ମୋଦୀଙ୍କ ରାଲିରେ ଯୋଗଦେବାକୁ ଏହି ବସ୍ରେ ରାୟପୁର ଯାଉଥିଲେ ।
ଇଟାଲୀ: ରିଟାୟର୍ମେଣ୍ଟ୍ ହୋମ୍ରେ ଅଗ୍ନିକାଣ୍ଡ, ୬ ମୃତ
ଇଟାଲୀର ଏକ ରିଟାୟର୍ମେଣ୍ଟ୍ ହୋମ୍ରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି । ଫଳରେ ପୋଡ଼ିହୋଇ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅନ୍ୟ କେତେକଙ୍କ ଶରୀର ନିଆଁରେ ପୋଡ଼ିଯାଇଛି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।