27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶନଦୀକୁ ଖସିଲା ବସ୍‌: ୬ ମୃତ, ୪୦ ଆହତ

ନଦୀକୁ ଖସିଲା ବସ୍‌: ୬ ମୃତ, ୪୦ ଆହତ

ହଜାରିବାଗ: ଝାଡ଼ଖଣ୍ଡର ହଜାରିବାଗରେ ଭୀଷଣ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ଟାଟିଝରିଆର ସିୱାନେ ବ୍ରିଜପାଖରେ ଘଟିଛି । ସୂଚନା ଅନୁସାରେ, ଯାତ୍ରୀଭରା ବସଟି ନଦୀରେ ଖସିପଡିଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ବସଟି ଗିରିଡିଡରୁ ରାଞ୍ଚି ଯାଉଥିବା ଜଣାପଡିଛି ।

ତେବେ ଗିରିଡିହରୁ ହଜାରୀବାଗ ଯାଉଥିବା ଶିବଶକ୍ତି ଏସି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗିରିଡିହର ପାରସନାଥରୁ କିଛି ଲୋକ ଚଢ଼ା ହଜାରିବାଗ ଆସୁଥିଲେ । ସେହି ସମୟରେ ବସଟି ରାସ୍ତାରେ ନଦିକୁ ଖସିପଡ଼ିଥିଲା । ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ରୁ ୩ ଜଣ ଏବେ ବି ଫସି ରହିଛନ୍ତି । ବସ୍ ଦୁର୍ଘଟଣାରେ ୪୦ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking