ଜଗତସିଂହପୁର (ପ୍ରତାପ କୁମାର ସିଂହ): ଜଗତସିଂହପୁର ସଅଁରା ନିକଟରେ ଗରୁଡ଼ ନାମକ ଏକ ଘରୋଇ ବସ ଓଲଟି ପଡିଛି । ବସଟି ଓଲଟି ପଡିବାରୁ ବସରେ ଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ,ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ‘ଗରୁଡ଼’ ନାମକ ବସଟି ଜଗତସିଂହପୁରରୁ ଶାରଳା ମନ୍ଦିର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ବସରେ ୪୦ରୁ ଅଧିକ ଯାତ୍ରୀ ଥିବା ଅବସ୍ଥାରେ ଏହି ସମୟରେ ବସର ଆଗ ଚକା ଫାଟି ଯିବାରୁ ଭାର଼ସାମ୍ୟ ହରାଇ ବିଲକୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ଆହତମାନଙ୍କୁ ଉଦ୍ଧାର କରି ଜିଲାମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହତ ୭ଜଣ ବର୍ତମାନ ଜିଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି ।
https://onakhabar.com/2020/01/24/snake/